ତ୍ରୀକୋଣୀୟ ପ୍ରେମର କରୁଣ ପରିଣତି:ପ୍ରେମିକଙ୍କୁ ହତ୍ୟା କଲେ ପ୍ରେମିକା

ପୁରୁଷ ବନ୍ଧୁ ସହ ଥାନାରେ ଆତ୍ମ ସମର୍ପଣ
ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ଅଫିସ୍‌ ଭିତରୁ ଜଣେ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଇଞ୍ଜିିନିୟରଙ୍କ ନାମ ବୈଜୟନ୍ତ ପ୍ରସାଦ ମହାନ୍ତି। ଏକ ପ୍ରେମ ବ୍ୟାପରକୁ ନେଇ ଏହି ଯୁବକଙ୍କୁ ହତ୍ୟା କରାଯାଇଥିିବା ଜଣାଯାଇଛି।ଏହି ମାମଲାରେ ଲକ୍ଷ୍ମୀସାଗର ପୋଲିସ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଯୁବତୀ ଜଣକ ମୃତ ଯୁବକଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ ବୋଲି ସୂଚନା ମିଳିଛି। ତ୍ରୀକୋଣୀୟ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ହେଉଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କଟକ ଶଙ୍କରପୁର ଅଞ୍ଚଳର ବୈଜୟନ୍ତ ପ୍ରସାଦ ମହାନ୍ତି ନାମକ ଜଣେ ଯୁବକ ନିଜ ପାସପୋର୍ଟ ନବୀକରଣ ପାଇଁ ଭୁବନେଶ୍ୱର ଆସିଥିଲେ। ତେବେ ତାଙ୍କୁ ତାଙ୍କ ପ୍ରେମିକା ଏକ ଘରୋଇ ସଂସ୍ଥାର ଅଫିସକୁ ଡାକିଥଲେ। ସେଠାରେ ଶ୍ରୀ ମହାନ୍ତି ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲାା ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକା ଓ ସେଠାରେ ଉପସ୍ଥିତ ଥିବା ତାଙ୍କର ଆଉ ଜଣେ ପୁରୁଷ ବନ୍ଧୁୁ ଶ୍ରୀ ମହାନ୍ତିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଉଭୟ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁୁ ଯାଇ ଳକ୍ଷ୍ମୀସାଗର ଥାନାରେ ଆଜି ସକାଳେ ଆତ୍ମ ସମର୍ପଣ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Leave a Reply

Next Post

ଅଣସର ଦର୍ଶନ ଆଜିଠାରୁ : ଅଲାରନାଥ ପୀଠ ଚଳଚଞ୍ଚଳ

Fri Jun 29 , 2018
ବ୍ରହ୍ମଗିରି : ପବିତ୍ର ସ୍ନାନ ପୂର୍ଣ୍ଣିମାରେ ନୀଳକନ୍ଦର ନିବାସୀ ଚତୁର୍ଦ୍ଧାମୂର୍ତ୍ତି ଜ୍ୱର ପୀଡିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଅଣସର ପିଣ୍ଡିକୁ ବିଜେ ସମୟରେ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଦର୍ଶନରେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଥାଏ। ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁଙ୍କ ଅଣସର ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚତୁର୍ଦ୍ଧା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial