ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି : ୨ ଫରେଷ୍ଟର ଫେରାର

ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ

ଭୁବନେଶ୍ବର: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହାତୀ ମୃତ୍ୟୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ପିସିସିଏଫ ଶଶୀ ପଲ ପ୍ରତିକ୍ରିୟା ଦେଇଛନ୍ତି। ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି। ୨ ଜଣ ଫରେଷ୍ଟର ଫେରାର ଅଛନ୍ତି। କାଲି ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ କଙ୍କାଳ ମିଳିଛି। ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡିଛି, ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି। ହାତୀ ମୃତ୍ୟୁରେ ସେମାନଙ୍କର କଣ ଭୂମିକା ରହିଛି, ତାହା ଏସ୍‌ଆଇଟି ତଦନ୍ତରୁ ସ୍ପଷ୍ଟ ହେବ। ରାଜ୍ୟରେ ଯେତିକି ବି ହାତୀ କଙ୍କାଳ ଉଦ୍ଧାର ହେବ, ଏସ୍‌ଆଇଟି ସବୁ ଘଟଣାର ତଦନ୍ତ କରିବ। ଏସ୍‌ଆଇଟିରେ ଜଣେ ବିଶେଷଜ୍ଞ ସଦସ୍ୟ ରହିଛନ୍ତି, ଯିଏକି ହାତୀ କଙ୍କାଳର ନମୁନାରୁ ଏଗୁଡ଼ିକ କେବେ ଘଟିଛି ତାହା ଆକଳନ କରିବେ। ତାଙ୍କ ଆକଳନ ଆଧାରରେ ଯେଉଁ ଡିଏଫ୍‌ଓଙ୍କ ସମୟରେ ଏ ଘଟଣା ଘଟିଥିବ, ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ।

Share Now:

Kalinga News Beuro

Next Post

ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

Tue Jun 28 , 2022
ମୁମ୍ବାଇ: ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ। ରିଲାଏନ୍ସ ଜିଓ ଇନଫୋଟେକ୍ ଲିମିଟେଡର ମ୍ୟାନେଜମେଣ୍ଟ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମାର୍କେଟ ରେଗୁଲେଟୋରୀ ସେବିକୁ ଦିଆଯାଇଥିବା ସୂଚନାରେ ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି ଯେ ୨୭ ଜୁନ୍ ୨୦୨୨ରେ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ଚେୟାରମ୍ୟାନ୍ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ଜୁନ୍ ୨୭ରୁ […]
ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial