ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍ : ଚାଳକ ଆହତ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜସ ରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗି ଚୂରମାର ହୋଇ ଯାଇଛି। ୱାଗନର କାର୍ (ନଂ ଓଆର ୦୨ ବିଏଚ ୮୭୩୪)ର ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ମୁତାବକ ଆଜି ସକାଳ ସାଢେ ୮ ଟା ସମୟରେ କାରଟି ରାଜସ ପଟୁ ଚଣାହଟ୍ଟା ଅଭିମୁଖେ ଆସୁଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା କାରଟିର ଗତି ଦ୍ରୁତ ଥିଲା। ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଚାଳକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଗାଡ଼ି ମାଲିକଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ସ୍ଥଳେ ତାଙ୍କ ପରିଚୟ ମିଳି ପାରିନାହିଁ।

Share Now:

Kalinga News Beuro

Next Post

ଫୋନ୍‌ ଟ୍ୟାପିଂ ମାମଲା : ଦୁଇ ଅତିରିକ୍ତ ଏସ୍‌ପି ଗିରଫ

Sun Mar 24 , 2024
ହାଇଦ୍ରାବାଦ: ଫୋନ୍‌ ଟ୍ୟାପିଂ ଏବଂ କେତେକ କମ୍ପ୍ୟୁଟର ସିଷ୍ଟମରୁ ସରକାରୀ ଡାଟା ନଷ୍ଟ କରିବା ମାମଲାରେ ହାଇଦ୍ରାବାଦ ପୁଲିସ ଆଉ ଦୁଇ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଗିରଫ କରିଛି। ତଦନ୍ତ ବେଳେ ଅତିରିକ୍ତ ଡିସିପି ଥିରୁପାଥନ୍ନା ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏନ୍‌ ଭୁଜଙ୍ଗା ରାଓଙ୍କୁ ଗିରଫ କରାଯାଇଛି ବୋଲି ଶନିବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ପୁଲିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।ଏହି ଦୁଇ ପୁଲିସ ଅଧିକାରୀ ପୂର୍ବରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial