ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିରୋଧରେ ରାସ୍ତାରୋକ

ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିରୋଧରେ ପୁଣି ରାସ୍ତାରୋକ

ନିର୍ମାଣ କାମ ବନ୍ଦ ନହେଲେ ପ୍ରକଳ୍ପ ଭାଙ୍ଗିବାକୁ ଚେତାବନୀ

କେନ୍ଦ୍ରାପଡ଼ା: ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ବିରୋଧରେ ପୁଣି ରାସ୍ତାରୋକ କରାଯାଇଛି। କେନ୍ଦ୍ରାପଡା ରାଜକନିକା ବ୍ଲକର ବରୁଣାଡ଼ିଆ ପଡ଼ିଆରେ ନିର୍ମାଣ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଦୀର୍ଘ ୨ ବର୍ଷ ହେବ ବିରୋଧ କରି ଆସୁଛି। ଏହି ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀମାନେ ଜେଲ ମଧ୍ୟ ଯାଇଛନ୍ତି। ତଥାପି ପ୍ରକଳ୍ପ କାମ ଜୋରରେ ଆଗେଇ ଚାଲିଛି। ତେବେ ପୁଣିଥରେ ଏହି ପ୍ରକଳ୍ପକୁ ବିରୋଧ କରି ଆଜି ଠାରୁ କଟକ ଚାନ୍ଦବାଲି ରାସ୍ତାର ଅନ୍ଧାରଘରଣି ଛକ ଠାରେ ୧ ଘଣ୍ଟିଆ ରାସ୍ତାରୋକ ଆରମ୍ଭ କରିଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ପ୍ରତିଦିନ ୧ ଘଣ୍ଟା ଲେଖାଏଁ ରାସ୍ତାରୋକ କରାଯିବ। ଏହାରି ଭିତରେ ଯଦି ପ୍ରକଳ୍ପ କାମ ବନ୍ଦ ନହୁଏ, ତେବେ ସମ୍ପୂର୍ଣ ରାସ୍ତାରୋକ କରାଯିବା ସହ ପ୍ରକଳ୍ପ ଭାଙ୍ଗି ଦିଆଯିବ ବୋଲି ସଂଗ୍ରାମ ସମିତି ଚେତାବନୀ ଦେଇଛି।

Share Now:

Kalinga News Beuro

Next Post

ମୃଦଙ୍ଗ, ଝାଞ୍ଜ ବଜାଇ ଦାବି ଜଣାଇଲେ

Thu Dec 23 , 2021
ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଅଭିନବ ବିକ୍ଷୋଭ ଭୁବନେଶ୍ବର: ରାଜଭବନ ସମ୍ମୁଖରେ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ପକ୍ଷରୁ ବୁଧବାର ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୦ ଦଫା ଦାବି କରି ପରିଷଦର ସଦସ୍ୟମାନେ ରାଜଭବନ ସମୁଖରେ ପାଲା କରିଥିଲେ। ମୃଦଙ୍ଗ, ଝାଞ୍ଜ ବଜାଇବା ସହ ହରିନା‌ମ ନେଇ ପାଲାଗାୟନ କରିଥିଲେ। ବେଶ୍ କିଛି ସମୟ ପର୍ଯ୍ୟନ୍ତ ରାଜଭବନ ସମ୍ମୁଖ ରାସ୍ତାରେ ପାଲା ପରିବେଷଣର ଦୃଶ୍ୟ ପଥଚାରୀଙ୍କ ପାଇଁ ଚର୍ଚ୍ଚାର […]
ମୃଦଙ୍ଗ, ଝାଞ୍ଜ ବଜାଇ ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial