ନିଦ ହଜାଇବ ଜିରୋ ନାଇଟ୍‌: ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବ କଳିଙ୍ଗ ସେନା

ଭୁବନେଶ୍ୱର : ନୂଆବର୍ଷ ଉପଲ‌େକ୍ଷ ହୋଟେଲ ଗୁଡ଼ିକରେ ହେବାକୁ ଥିବା ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନା ବିରୋଧ କରିବ ବୋଲି ଚେତାବନୀ ଦେଇଛି। ଆଜି ସେନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ସ୍ବାତୀଶ ରଂଜନ ସାହୁ କହିଲେ, ଶାନ୍ତି ଶୃଙ୍ଖଳାରେ କୌଣସି ଉତ୍ସବ ମନାଇବାକୁ କାହାରିକୁ ବାରଣ କରାଯିବ ନାହିଁ। ଯଦି ହୋଟେଲ ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଏ ତେବେ ସେନା ପକ୍ଷରୁ ଏହାକୁ ବିରୋଧ କରାଯିବ। ରାଜ୍ୟ ବାହାରର ଅଶ୍ଳୀଳ ନୃତ୍ୟ କଳାକାରଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ। ଯେଉଁମାନେ ଏଭଳି ନୃତ୍ୟରେ ମାତିବାର ନଜରକୁ ଆସିବେ ସେମାନଙ୍କୁ ଧରାଯାଇ ପରିବାରକୁ ସୂଚନା ଦିଆଯିବକୁ ମଧ୍ୟ ଯୋଜନା କରାଯାଉଛି ବୋଲି ଶ୍ରୀ ସାହୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୟ ରାଜ, ମନୋଜ ନାୟକ, ଅବଦୁଲ କୟିମ୍ ଖାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଗ୍ରହ ନକ୍ଷତ୍ରଙ୍କ ମେଳରେ ଜିରୋ-ନାଇଟ୍‌
ଗ୍ରହ, ନକ୍ଷତ୍ର ଓ ରକେଟ୍‌ ମେଳରେ ନୂଆବର୍ଷକୁ ସ୍ବାଗତ କରିବାର ଅବକାଶ ଦେବ ମେ-ଫେୟାର। ଭିତରକୁ ପ୍ରବେଶ ମାତ୍ରେ ଆକାଶ ପଥରେ ବିଚରଣ କରିବାର ଅନୁଭବ ଦେବ ଏହି ପଞ୍ଚ ତାରକା ହୋଟେଲ୍‌। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହା ମଧ୍ୟରେ ଡିଜେ ସହ ନୃତ୍ୟରେ ବିଭୋର ହେବାର ସୁଯୋଗ ନେବେ ଉତ୍ସାହୀ ବ୍ୟକ୍ତିବିଶେଷ। କେବଳ ୧୫୦ଶହ ବ୍ୟକ୍ତିବିଶେଷ ଏହି ବିଶେଷ ଉତ୍ସବ‌ରେ ସାମିଲ୍‌ ହୋଇପାରିବେ ବୋଲି ମେ ଫେୟାରର ଫୁଡ୍‌ ଆଣ୍ଡ୍‌ ବେଭେରେଜ ମ୍ୟାନେଜର ବିବେକା ମିଶ୍ର ସୂଚନା ଦେଇଛନ୍ତି। ଟିକେଟ୍‌ର ମୂଲ୍ୟ ଦମ୍ପତିଙ୍କ ପାଇଁ ୮୫୦୦ ଟଙ୍କା ରଖାଯାଇଛି। ହୋଟେଲ୍‌ ପରିସରସ୍ଥ ଦି ସେଲରରେ ଏହି ବ୍ୟବସ୍ଥା କରାଯାଇଛି। ନୃତ୍ୟ ଗୀତ ସହ ସ୍ନାକ୍ସ, ଅସୀମିତ ପାନୀୟ, ଦେଶୀ ଓ ଚାଇନିଜ୍‌ ଖାଦ୍ୟ ଉପଲବ୍ଧ ହେବ।
ଭାଙ୍ଗ୍‌ଡ଼ାରୁ ଭୋଜପୁରୀ
ଯେଉଁମାନେ ଭାଙ୍ଗଡ଼ା ଓ ଭୋଜପୁରୀରେ ରୁଚି ରଖୁଛନ୍ତି ସେମାନେ ଜନତା ମୈଦାନରେ ଆୟୋଜିତ ହେବାକୁ ଯାଉଥିବା ‘ଧୂମ୍‌ ୨୦୨୦’ରେ ଏହି ନୃତ୍ୟରେ ବିଭୋର ହେବାର ସୁଯୋଗ ପାଇପାରିବେ। ଏଥିସହ ସ୍ବସ୍ତି ପ୍ରିମିୟମରେ ଏଥର ଅନୁଷ୍ଠିତ ହେବ ‘ସିମର ୨୦୨୦’। ଆକର୍ଷଣ ସାଜିବ ସାଲ୍‌ସା ନୃତ୍ୟ। ଏଥିସହ ଡିଜେ କିରନ, ଅଭିଷେକ, ତୁଷାରଙ୍କ ଡିଜେ ପ୍ରତିଯୋଗିତା ଖୁବ୍‌ ନଚାଇବ। ସନ୍ଧ୍ୟା ୭ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଉପଭୋଗ କରିହେବ। ଦମ୍ପତିଙ୍କ ପାଇଁ ଟିକେଟ୍‌ ଦର ୭୬୯୯ ଟଙ୍କା ରହିଥିବା ବେଳେ ଜଣଙ୍କ ପାଇଁ ଦର ରହିଛି ୫୯୯୯ ଟଙ୍କା। ହୋଟେଲ୍‌ ପୁଷ୍ପକରେ ନାଚଗୀତ ସହ ଟାଟୁର ମଜା ନେଇହେବ। ପେପି ନୃତ୍ୟ ସହ ପିଲାମାନଙ୍କ ପାଇଁ ଏକ ଖେଳ ଜୋନ ଓ ସେଲ୍‌ଫି ଜୋନ୍‌ ରହିବ। ପ୍ରଜ୍ଞାନ ହୋତା ଓ ଜେମ୍‌ସଙ୍କ ଗୀତରେ ଝୁମିବେ ଦର୍ଶକ। ଦମ୍ପତିଙ୍କ ପ୍ରବେଶ ପାଇଁ ଟିକେଟ୍‌ ଦର ୩୭୯୯ ଟଙ୍କା ରହିଛି। ଏହା ବ୍ୟତୀତ ରାଜଧାନୀରେ ଅନ୍ୟ ହୋଟେଲ୍‌ ଓ ବାର୍‌ରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଏସ୍‌ପ୍ଲାନେଡ୍‌ର ଦାଦାଗିରି : ପାର୍କିଂ ଫି ଆଦ‌ାୟ ସଂକ୍ରାନ୍ତ ଖବର ସଂଗ୍ରହ କରିବାରୁ ସାମ୍ବାଦିକାଙ୍କୁ ଆକ୍ରମଣ

Sun Dec 29 , 2019
ଅଟକାଇ ରଖିଲେ, ପୁଲିସ ଉଦ୍ଧାର କଲା ଭୁବନେଶ୍ୱର : ବେଆଇନ ପ‌ାର୍କିଂ ଫି’ ଆଦାୟକୁ ନେଇ ବିବାଦରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ମଚ‌ାରୀଙ୍କ ଦାଦାଗିରି ଆଜି ଦେଖିବାକୁ ମିଳିଛି। ମଲ୍‌ରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏହି ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ଏକ ଘରୋଇ ୱେବ୍‌ ଚାନେଲ୍‌ର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ଙ୍କୁ କାର୍ଯ୍ୟରତ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ଅଭି‌ଯୋଗ ହୋଇଛି। କେବଳ ଆକ୍ରମଣ ହୋଇନାହିଁ ବରଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial