ଭାରତ ବନ୍ଦ ପ୍ରଭାବ : ଭଦ୍ରକରେ ଅଟକିଲା ଟ୍ରେନ, ରାୟଗଡାରେ ଟାୟାର ଜାଳି ରାସ୍ତାରୋକ

ଗୁଣପୁର/ଭଦ୍ରକ/ଭୁବନେଶ୍ୱର: ଓଡ଼ିଶାରେ ଅନୁଭୂତ ହୋଇଛି ଭାରତ ବନ୍ଦର ପ୍ରଭାବ | ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ସକାଳୁ ରେଳରୋକ ଓ ରାସ୍ତାରୋକ କରାଯାଇଛି। ରାଜ୍ୟର ପ୍ରମୁଖ ସହରରେ ବନ୍ଦ ସମର୍ଥକ ରାସ୍ତା ଉପରକୁ ଓହ୍ଲାଇ ପିକେଟିଂ କରୁଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକଗୁଡ଼ିକରେ ଆନ୍ଦୋଳନକାରୀ ଗାଡ଼ିମଟର ଚଳାଚଳ ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ୱର ଓ କଟକରେ ରେଳରୋକ କରାଯାଇଛି। ସେହିପରି ଭଦ୍ରକ ଓ ବାଲେଶ୍ୱରରେ ଆନ୍ଦୋଳନକାରୀ ରେଳ ଷ୍ଟେସନରେ ଟ୍ରେନକୁ ଅଟକାଇଥିବାବେଳେ ରାୟଗଡା ଗୁଣୁପୁରରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି | ଭଦ୍ରକରେ ଏଆଇସିଟିୟୁ ଓ ସିପିଆଇ ପକ୍ଷରୁ ବହୁ ସଂଖ୍ୟାରେ କର୍ମୀ ଷ୍ଟେସନରେ ପହଂଚି ଟ୍ରେନକୁ ଅଟକାଇଛନ୍ତି | ସେହିପରି ପ୍ରବଳ ଶୀତ ସତ୍ୱେ ରାୟଗଡାର ଗୁଣୁପୁରରେ ଏଆଇସିଟିୟୁର କର୍ମୀମାନେ ଧର୍ମଘଟ ଓ ବନ୍ଦ ଡାକରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି | ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସ୍ଥାୟୀ ନିଯୁକ୍ତି, ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ମୋଦୀ ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଣ୍ଟିଆ ଭାରତ ବନ୍ଦ୍ ଡାକରା ଦେଇଛନ୍ତି ।
ଆଉ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଯୋଜନାକୁ ବିରୋଧ କରି ସାରା ଦେଶରେ ପ୍ରାୟ ୨୫ କୋଟି ଲୋକ ବନ୍ଦ ପାଳନରେ ସାମିଲ ହେବେ ବୋଲି ଆକଳନ କରାଯାଇଛି । ଆଇଏନଟିୟୁସି, ଏଆଇଟିୟୁସି, ସିଆଇଟିୟୁ ଓ ଟିୟୁସିସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ବ୍ୟାଙ୍କ ସଂଘଗୁଡ଼ିକ ବି ବନ୍ଦ ପାଳନରେ ସାମିଲ ହେବ ବୋଲି ଆଗୁଆ ଜଣାଇଦେଇଛନ୍ତି। ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଜିଲ୍ଲାପାଳ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଏନେଇ ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, ଗଜପତି, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା ଆଦି ଜିଲ୍ଲାର ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଘରୋଇ ସ୍କୁଲ ନିଜଆଡୁ ଛୁଟି ଘୋଷଣା କରିସାରିଛନ୍ତି । ଭୁବନେଶ୍ୱର ଅଂଚଳରେ ମଧ୍ୟ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ଯାତ୍ରୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୋ ବସ ଚାଲିବ ବୋଲି ପ୍ରଶାସନ ଘୋଷଣା କରିଛି । ଫଳରେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ପାଇଁ ଯାତାୟତ ସୁବିଧା ହେବ ବୋଲି କୁହାଯାଇଛି ।

Share Now:

Kalinga News Beuro

Leave a Reply

Next Post

ଶ୍ରୀକ୍ଷେତ୍ରରେ ଗରିବ ଭକ୍ତଙ୍କ ପାଇଁ ସ୍ଥାନ ନାହିଁ, ହୋଟେଲକୁ ବଳିଗଲା ଭକ୍ତ ନିବ‌ାସ ଭଡ଼ା:ଦର ୬୬୦ ଟଙ୍କାରୁ ଦୁଇ ହଜାର

Wed Jan 8 , 2020
ପୁରୀ: ପୁରୀର ବିକାଶ ହେଉଛି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ସୁନ୍ଦର ଦିଶୁଛି। ସିଂହଦ୍ୱାର ଯିଏ ଦେଖୁଛି ବାହାରେ ବାଃ କହୁଛି। ହେଲେ ପୁରୀ ଆଗ ଭଳି ଆଉ ଗରିବଙ୍କୁ ସୁହାଉ ନାହିଁ। ପୁରୀ ବଡ଼ବଡ଼ିଆଙ୍କ ସହର ହୋଇଯାଇଛି। ଯେତେ ସୁବିଧା ହେଉଛି, ଗରିବଙ୍କ ପାଇଁ ସେତେ ଅପହଞ୍ଚ ହେଉଛି। ଭିଡ଼ ଭିତରେ ଗରିବଙ୍କ ମୁଣ୍ଡ ଗୁଞ୍ଜିବାକୁ ବେଡ୍‌ଟିଏ ମିଳୁନି। ପୁରୀରେ ହୋଟେଲରେ ରହି ପାରୁନଥିବା ଭକ୍ତଙ୍କ ପାଇଁ ସେଭଳି କିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial