ଷ୍ଟେସନ୍‌ରୁ ଶିଶୁପୁତ୍ର ନିଖୋଜ ଘଟଣା : ଅପହରଣକାରୀ ମହିଳା ଗିରଫ

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ନିଖୋଜ ବିହାରୀ ଶିଶୁପୁତ୍ର ଉଦ୍ଧାର ହେବା ପରେ ଖାରବେଳନଗର ଥାନା ପୁଲିସ ଆଜି ଅପହର୍ତ୍ତାକୁ ଗୋଳନ୍ଥରାରୁ ଗିରଫ କରିଛି। ସେ ହେଲେ, ଜିତା ପାଲ୍‌। ଘର ଗଂଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମରେ। ଗୋଳନ୍ଥରା ପୁଲିସ ଗତକାଲି ଅପହର୍ତ୍ତା ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଖାରବେଳନଗର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଜି ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ୱର ଆଣିବା ପରେ କୋର୍ଟଚାଲାଣ କରିଥିଲା। ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରୁ ତାକୁ ଜାମିନ୍‌ ମିଳି ଯାଇଛି।ତେବେ ନିଖୋଜ ଶିଶୁପୁତ୍ରର ପିତା ଅରୁଣ ଖରାର୍‌ ଆଜି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ମାଷ୍ଟରକ୍ୟାଣ୍ଟିନ୍‌ ନୁହେଁ, ବରଂ ଷ୍ଟେସନ୍‌ ପରିସରରୁ ତାଙ୍କ ପୁଅ ନିଖୋଜ ହୋଇଥିଲା। ଅରୁଣ ଏନେଇ ଜିଆର୍‌ପି ଥାନାରେ ଏତଲା ଦେଇଥିଲେ ହେଁ ପୁଲିସ ଏତଲା ରଖି ନ ଥିଲା। ଏଠାରେ ଏତଲା ଦେଲେ ଷ୍ଟେସନ୍‌ ପରିସରରେ ରହିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲା। ବାହାରେ ରହିବାକୁ ପଇସା ନ ଥିବାରୁ ସେ ବାଧ୍ୟ ହୋଇ ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଅ ନିଖୋଜ ହୋଇଥିବା ନେଇ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ଅରୁଣଙ୍କ ଏଭଳି ବୟାନ ଜିଆର୍‌ପି ପୁଲିସକୁ ବିବାଦକୁ ଆଣିଛି। ଅପରପକ୍ଷେ ଏ ସଂକ୍ରାନ୍ତରେ ଜିଆର୍‌ପି ଅଧିକାରୀ ଭାରତ ସାହୁ କହିଛନ୍ତି, ଏନେଇ ରେଳବାଇ ଥାନାରେ କେହି ଲିଖିତ ଅଭିଯୋଗ କରିନାହାନ୍ତି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଜିତାଙ୍କ ବାପଘର ପୁରୀ କଣାସରେ ହୋଇଥିବା ବେଳେ ସେ ନୟାଗଡ଼ର କଣ୍ଟିଲୋ‌ରେ ବିବାହ କରିଥିଲେ। ତାଙ୍କର ସ୍ବାମୀଙ୍କ ମୃତ୍ୟୁ ପରେ ସେ ଗୋଳନ୍ଥରାର ଚେରମୂଳି ଔଷଧ କାରବାର କରୁଥିବା ଜଣେ ଲୋକଙ୍କ ପାଖରେ ରହୁଥିଲେ। ଗତ ୮ ତାରିଖ ଦିନ‌ ସେ କଣ୍ଟିଲୋସ୍ଥିତ ତାଙ୍କ ଶାଶୂଘରୁ ଫେରୁଥିବା ବେଳେ ଷ୍ଟେସନରେ ଶିଶୁପୁତ୍ର କାନ୍ଦୁଥିବା ଦେଖି ତାକୁ ନେଇ ଯାଇଥିଲେ। ତେଣୁ ସେ ଟ୍ରେନ୍‌ରେ ଆସି ଶିଶୁପୁତ୍ରକୁ ଭୁବନେଶ୍ୱର ଷ୍ଟେସନ୍‌ରେ ଛାଡ଼ି ଚାଲି ଯାଇଥିଲେ। ସୂଚନା ମୁତାବକ, ବିହାର ମୁଜାଫରପୁର ତେରିଆରର ଅରୁଣ ତିନି ପିଲାଙ୍କ ସହ ପୁରୀ ବୁଲି ଆସିଥିଲେ। ଗତ ୮ ତାରିଖ ଦିନ ପୁରୀରୁ ଫେରି ଟ୍ରେନ୍‌ରେ ବିହାର ଯିବା ପାଇଁ ଷ୍ଟେସନ୍‌ରେ ଅପେକ୍ଷା କରିଥିବା ବେଳେ ୩ ବର୍ଷର ଶିଶୁପୁତ୍ର ଆଦର୍ଶ ନିଖୋଜ ହୋଇଯାଇଥିଲା‌।

Share Now:

Kalinga News Beuro

Leave a Reply

Next Post

ବିଶ୍ୱସ୍ତରୀୟ ସ୍ୱପ୍ନକୁ ଝଟ୍‌କା : ଏମିତି ସୁରକ୍ଷିତ ବିମାନବନନ୍ଦର! ଛାତ ତଳେ ଚାଲିଗଲା ଜୀବନ

Sat Jan 25 , 2020
ଭୁବନେଶ୍ୱର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି, ତାହାକୁ ଆଜି ଏକ ବଡ଼ ଝଟ୍‌କା ଲାଗିଛି। ୮୭‌ କୋଟି ଟଙ୍କା ବିନମୟରେ ବିମାନବନ୍ଦରର ଟର୍ମିନାଲ୍‌ ୧ ଓ ୨କୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ସେତୁ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ବିଶ୍ୱସ୍ତରୀୟ ସ୍ଵପ୍ନ ଆଶା ଆଶଙ୍କାକୁ ଠେଲି ହୋଇଯାଇଛି। ବିମାନବନ୍ଦରର ଟର୍ମିନାଲ୍‌ ୧ରେ ଅନ୍ତର୍ଜାତୀୟସ୍ତରର ସୁବିଧା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial