ବାପା ମାରିଦେଲା ପୁଅକୁ

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦନା ଗାଁରେ ଘଟିଛି ଏକ ଅଭବନୀୟ ଘଟଣା। ନିଶାସକ୍ତ ପୁଅର ମାଡ଼, ଗାଳି ଓ ପ୍ରତିଦିନର ଗଣ୍ଡଗୋଳରେ ଅତିଷ୍ଟ ହୋଇ ଜଣେ ବାପା ନିଜ ପୁଅକୁ ଠେଙ୍ଗରେ ପିଟି ପିଟି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଧରି ଥାନାକୁ ଆଣିଥିବା ବେଳେ ମୃତଦେହର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ପଦନ ଗାଁର ବିଦ୍ୟାଧର ବେହେରା (୬୦ ବର୍ଷ)ଙ୍କ ପୁଅ ଉପେନ୍ଦ୍ର ବେହେରା ସବୁଦିନ ପରି ଗତକାଲି ବିଳମ୍ବିତ ରାତିରେ ମଦ ପିଇ ଆସି ଘରେ ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ସେ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାପା ବିଦ୍ୟାଧରଙ୍କୁ ଏକ କାଠଫାଳିଆରେ ପିଟିଥିଲେ। ବିଦ୍ୟାଧରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ବିଦ୍ୟାଧର ନିଜକୁ ରକ୍ଷା କରିବାକୁ ଯାଇ ଉପେନ୍ଦ୍ରଙ୍କ ଠାରୁ ସେହି କାଠ ଫାଳିଆକୁ ଛଡ଼ାଇ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ତେବେ ଗୋଟିଏ ପାହାର ଉପେନ୍ଦ୍ରଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Leave a Reply

Next Post

୧୦ଜଣିଆ କମିଟି କରିବେ ରତ୍ନଭଣ୍ଡାର ଯାଞ୍ଚ:ହେବନି ଭିଡିଓଗ୍ରାଫି

Fri Mar 30 , 2018
୩ ଥାକିଆ ଯାଞ୍ଚ ବ୍ୟବସ୍ଥା ମିଳିତ ରିପୋର୍ଟ ପ୍ରସ୍ତୁତ ହେବ ପରବର୍ତୀ ସମୟରେ ଚୂଡ଼ାନ୍ତ ହେବ ତାରିଖ ପୁରୀ : ରତ୍ନଭଣ୍ଡାର ଯାଞ୍ଚ ନେଇ ଆଜି ୧୦ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କିମ୍ବା ତାଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର, ଦେଉଳ କରଣ ଓ ତଢ଼ଉକରଣଙ୍କ ସମେତ ଏଏସ୍‌ଆଇ, କୋର କମିଟି ଓ ହାଇକୋର୍ଟଙ୍କ ପ୍ରତିନିଧି ରହିଛନ୍ତି। ଏହି କମିଟି ରତ୍ନଭଣ୍ଡାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial