ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ: ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୁଚନା ଦିଆଯାଇଛି । ଭୁବନେଶ୍ୱର ହଟ୍‌ସ୍ପଟ ଜୋନରେ ସାମିଲ ଅଛି । ତେଣୁ ଏଠାରେ ଲକଡାଉନ କଟକଣା ଜାରି ରହିବ । ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଲକ୍‌ଡାଉନର ସମସ୍ତ କଟକଣା ବଳବତ୍ତର ରହିବ । ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସହରବାସୀ ଲକଡାଉନକୁ ସହଯୋଗ ଓ ସମର୍ଥନ ଦେଇଛନ୍ତି । ସେଥିପାଇଁ ସଫଳତା ମିଳିଛି । ଲୋକେ ବ୍ୟକ୍ତିଗତ ଭାବେ ତ୍ୟାଗ କରିଛନ୍ତି ବୋଲି ଆମକୁ ବଳ ମିଳିଛି ବୋଲି ବିଏମ୍‌ସି କହିଛି । ଭୁବନେଶ୍ୱରରେ ମୋଟ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୭ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏବେବି ଆହୁରି ୨୯ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଭୁବନେଶ୍ୱରରେ ଅତି କମ ଦିନ ମଧ୍ୟରେ ଏହି ସବୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଖୁସିର କଥା ଯେ, ଗତ ୧୪ ତାରିଖ ପରଠାରୁ ଜଣେ ମଧ୍ୟ ନୂଆ କରୋନା ଆକ୍ରାନ୍ତ ବାହାରି ନାହିଁ । ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେଥିରୁ ୩୬ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏବେବି ୬୭ ଜଣ କରୋନା ରୋଗୀଙ୍କ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

Share Now:

Kalinga News Beuro

Leave a Reply

Next Post

ବସରେ ଫେରିବେ ପ୍ରବାସୀ ଶ୍ରମିକ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sun Apr 26 , 2020
ଭୁବନେଶ୍ୱର:ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ବସ୍ ଯୋଗେ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ। ଆଜି ଏ ନେଇ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ। ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ନିରାପଦରେ ଫେରାଇ ଆଣିବାକୁ ଉଭୟଙ୍କ ସହ […]
Social media & sharing icons powered by UltimatelySocial