ବଦଳିଲା ଅତ୍ୟାବଶ୍ୟକ ଓ ଆଂଶିକ ଅତ୍ୟାବଶ୍ୟକ ବିଭାଗର ତାଲିକା

ଭୁବନେଶ୍ୱର : ଓଡ଼ିଶାରେ କରୋନା ମୁକାବିଲା ପରିଚାଳନା ଦୃଷ୍ଟିରୁ ରାଜ୍ୟ ସରକାର ବିଭିନ୍ନ ବିଭାଗଗୁଡ଼ିକୁ ପୂର୍ବରୁ ଦୁଇଟି ବର୍ଗ- କ୍ରିଟିକାଲ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ (ଆଂଶିକ ଅତ୍ୟାବଶ୍ୟକ) ରେ ବିଭକ୍ତ କରିଥିଲେ। ଏବେ ଏହି ଦୁଇ ବର୍ଗରେ ଥିବା ବିଭାଗ ଗୁଡ଼ିକରେ କେତେକ ପରିବର୍ତ୍ତନ ଅଣାଯାଇଛି। କ୍ରିଟିକାଲ ବର୍ଗରେ ଥିବା ବିଭାଗଗୁଡ଼ିକ ହେଲା କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଗୃହ, ଶ୍ରମ, ପଂଚାୟତି ରାଜ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା , ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଇସ୍ପାତ ଓ ଖଣି,ଅବକାରୀ ଆଦି ୧୪ଟି ବିଭାଗ ରହିଛି। ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକର ୫୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ ଜରୁରୀ କାମ କରିବେ। ସେହିପରି ପାର୍ସିଆଲି କ୍ରିଟିକାଲ ବିଭାଗରେ ଉପରୋକ୍ତ ୧୪ଟି ବିଭାଗ ବ୍ୟତୀତ ଅନ୍ୟବିଭାଗ ରହିଛି। ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକର ୩୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ କାମ କରିପାରିବେ। ଏହି ନୂଆ ନିର୍ଦ୍ଦେଶ ମେ ୪ରୁ ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିଭିନ୍ନ ବିଭାଗ ନିଜ ଅଧିନରେ ଥିବା ନିଗମ, ଏଜେନ୍ସି, ପିଏସୟୁ ଗୁଡ଼ିକୁ ଚାଲିବା ପାଇଁ ଅନୁମତି ଦେଇପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ କରୁଥିବା ଓ ଜରୁରୀ କ୍ଷେତ୍ରରେ ଥିବା ନିଗମ,ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ୧୦୦ ପ୍ରତିଶତ କ୍ଷମତାରେ ଚାଲିପାରିବ।

Share Now:

Kalinga News Beuro

Leave a Reply

Next Post

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ: ଦେଶର ବିଭିନ୍ନ ଡାକ୍ତରଖାନା ଉପରେ ସଶସ୍ତ୍ର ବାହିନୀ ପକ୍ଷରୁ ଫ୍ଲାଇ-ପାଷ୍ଟ୍ ଓ ପୁଷ୍ପବୃଷ୍ଟି

Sun May 3 , 2020
କରୋନା ଯୋଦ୍ଧାଙ୍କ ସମ୍ମାନରେ ଆକାଶରେ ଉଡ଼ିଲା ୩ ସେନାର ହେଲିକପ୍ଟର, ହେଲା ଫୁଲବର୍ଷା ନୂଆଦିଲ୍ଲୀ: ଆଜି କରୋନା ଯୋଦ୍ଧାଙ୍କୁ ସଲାମ କରିଛି ସାରା ଭାରତ। କେତେକ ହେଲିକପ୍ଟର ମାଧ୍ୟମରେ ହସ୍ପିଟାଲଗୁଡିକ ଉପରେ ଫୁଲବର୍ଷା କରାଯାଇଥିବାର ଦୃଶ୍ୟ ‌ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଗତ ହେଉଥିବା ସୂଚନା ଅନୁସାରେ, ଆଜି ସକାଳ ୧୦ଟା ପରେ ୩ ସେନା ପକ୍ଷରୁ କରୋନା ଯୋଦ୍ଧା ଡାକ୍ତର, ନର୍ସ,ମେଡିକାଲ ଷ୍ଟାଫ୍, ସଫାଇ କର୍ମଚାରୀ, ସୁରକ୍ଷା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial