ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଚାଲିଲା ଟ୍ରାଫିକ୍‌ ଧରପଗଡ଼

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଟ୍ରାଫିକ୍‌ରେ ଭିଡ଼ ବଢ଼ିଛି। ତାଲାବନ୍ଦ କଟକଣା‌ରେ ମାତିଥିବା ପୁଲିସ୍ ମଧ୍ୟ ଅନେକାଂଶରେ ଚାପମୁକ୍ତ ହୋଇଛି। ତେଣୁ ଆଜିଠାରୁ କମିସନରେଟ୍‌ ପୁଲିସ ପକ୍ଷରୁ ପୁଣିଥ‌ରେ ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ଼ ଆରମ୍ଭ ହୋଇଯାଇଛି। ସହିଦନଗର ଥାନାର ବିଭିନ୍ନ ଅଞ୍ଚଳରେ ଆଜି ଚଢ଼ଉ ହୋଇଛି। ବିନା‌ ମାସ୍କ, ବିନା ହେଲ୍‌ମେଟ୍‌, ତାଲାବନ୍ଦ ସମୟରେ ସାମାଜିକ ଦୂରତ୍ୱ କଟକଣା ଉପରେ ଆଜି ଜୋରଦାର ଚଢ଼ଉ ହୋଇଛି। ଶନିବାର ପାଖାପାଖି ୧୦୩ଜଣ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଛି। ଆଗକୁ ଏହି ଚଢ଼ଉ ଜୋରଦାର ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତାଲାବନ୍ଦ ସମୟରେ ହେଲ୍‌ମେଟ୍‌, ସିଟ୍‌ବେଲ୍ଟ ବା ରଙ୍ଗ୍‌ରୁଟ୍‌ ଚାଳନା ଉପରେ ଗୁରୁତ୍ୱ ଦିଆ ଯାଉ ନଥିଲା। ଫଳରେ ଅମାନିଆ ଚାଳକ ଖୋଲା‌ଖୋଲି ଘୂରି ବୁଲୁଥିଲେ। ସାମାଜିକ ଦୂରତ୍ବ ରକ୍ଷା କରୁ ନ ଥିଲେ। ତାଲାବନ୍ଦ ସମୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବାଇକ୍‌ରେ ଦୁଇଜଣ ବସିବା ବାରଣ କରାଯାଇଥିଲା। ହେଲେ ଏହାକୁ କେହି ମାନୁ ନ ଥିଲେ। ସେହିଭଳି ଯାଞ୍ଚ କଡ଼ାକଡ଼ି ହେଉ ନ ଥିବାରୁ କାର୍‌ରେ ମଧ୍ୟ ୪ଜଣ ଯାଉଥିଲେ। କିନ୍ତୁ ଶନିବାରଠାରୁ ଏଭଳି ଯାଞ୍ଚ କଡ଼ାକଡ଼ି କରାଯାଇଛି। ଟ୍ରାଫିକ୍‌ ସହ ଅନ୍ୟ ଥାନାଗୁଡ଼ିକ ମଧ୍ୟ ଆଗକୁ କଡ଼ାକଡ଼ି ଯାଞ୍ଚ କରି‌ବେ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Next Post

ପୁଣି ୬୭ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

Sun May 24 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୬୭ଜଣଙ୍କ ମଧ୍ୟରୁ ୬୦ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪ଜଣ ହୋମ୍ କ୍ଵାରେଣ୍ଟାଇନରେ ଏବଂ ୩ଜଣ ସ୍ଥାନୀୟ ଲୋକ ଅଛନ୍ତି। ଆଜି ପୁରୀ ଜିଲ୍ଲାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial