ଭୁବନେଶ୍ୱର ମହାନଗରରେ ଆଉ ୧୯ କରୋନା ପଜିଟିଭ ଚିହ୍ନଟ

ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୪ ଜଣ ଗୃହ ସଙ୍ଗରୋଧରେ ଥିଲେ ବୋଲି ଏଥିରେ କୁହାଯାଇଛି। ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏମାନଙ୍କ ଭିତରେ ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ, ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ୨ କର୍ମଚାରୀ ଥିବା ଜଣାଯାଇଛି। ୪ ଜଣ ରେଳବାଇ କର୍ମଚାରୀ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏମାନେ ସମସ୍ତେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି। ଏହାଛଡ଼ା ସରକାରୀ ଡାକ୍ତରଖାନାର ଜଣେ ୫୧ ବର୍ଷିୟ ପୁରୁଷ କର୍ମଚାରୀ ବି ସଂକ୍ରମିତ ହେଇଛନ୍ତି। ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ବାଳକ ଜଣକ ଅନ୍ୟ ଜିଲ୍ଲାର ବାସିନ୍ଦା। ଅପରପକ୍ଷରେ ଡୁମଡୁମା ସୁବାସ ନଗର ବସ୍ତିରୁ ୨୪, ୧୯, ୩୮, ୧୮ ଓ ୧୫ ବର୍ଷିୟ ୫ଜଣ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ଆଜି ଭୁବନେଶ୍ବରର ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି। ତେବେ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୩ଜଣଙ୍କର ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ତେଜୁଛି ଚୀନ୍‌ ସାମଗ୍ରୀ ବର୍ଜନ ଦାବି

Sat Jun 20 , 2020
କୋଲକାତା: ସୀମାରେ ଭାରତୀୟ ସେନା ଉ‌ପରେ ଚୀନ୍‌ ସେନାର ଆକ୍ରମଣ ପ୍ରତିବାଦରେ ସମଗ୍ର ଦେଶରେ ଚାଇନା ସାମଗ୍ରୀ ବର୍ଜନ ଦାବିରେ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାରଠାରୁ ପଶ୍ଚିମବଂଗର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ ଶହଶହ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ଚାଇନା ସାମଗ୍ରୀ, ପତାକା ଏବଂ ରାଷ୍ଟ୍ରପତିଙ୍କ ପୋଷ୍ଟର ଭଙ୍ଗାରୁଜା କରିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial