ତେଜୁଛି ଚୀନ୍‌ ସାମଗ୍ରୀ ବର୍ଜନ ଦାବି

କୋଲକାତା: ସୀମାରେ ଭାରତୀୟ ସେନା ଉ‌ପରେ ଚୀନ୍‌ ସେନାର ଆକ୍ରମଣ ପ୍ରତିବାଦରେ ସମଗ୍ର ଦେଶରେ ଚାଇନା ସାମଗ୍ରୀ ବର୍ଜନ ଦାବିରେ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାରଠାରୁ ପଶ୍ଚିମବଂଗର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ ଶହଶହ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ଚାଇନା ସାମଗ୍ରୀ, ପତାକା ଏବଂ ରାଷ୍ଟ୍ରପତିଙ୍କ ପୋଷ୍ଟର ଭଙ୍ଗାରୁଜା କରିବା ସହ ପୋଡ଼ିଛନ୍ତି। ସହିଦମାନଙ୍କ ବଳିଦାନକୁ ସ୍ମରଣ କରି ସେମାନଙ୍କ ସମର୍ଥନରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଶିବସେନା ପକ୍ଷରୁ ସଲ୍ଟଲେକ୍‌ରେ ଥିବା ଚୀନ୍‌ ବାଣିଜ୍ୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚୀନ୍‌ ନିର୍ମିତ ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରାଯାଇଥିଲା। ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ କୋଲକାତାରେ ଚୀନ୍‌ବିରୋଧୀ ରାଲି କରାଯାଇଥିଲା। ବିଜେପି ପକ୍ଷରୁ ମଧ୍ୟ ଏକ ବିଶାଳ ମହମବତି ରାଲି କରାଯାଇ ଚୀନ୍‌ ସାମଗ୍ରୀକୁ ସମ୍ପୂର୍ଣ୍ଣ ବର୍ଜନ କରାଯିବାକୁ ଦାବି ହୋଇଥିଲା। ଚୀନ୍‌ ସାମଗ୍ରୀ ପାଇଁ ପ୍ରସିଦ୍ଧ ସିଲିଗୁଡ଼ିର ହଂକଂ ମାର୍କେଟ୍‌ର ବ୍ୟବସାୟୀମାନେ ବଜାରର ନାଁ ବଦଳାଇବା ପାଇଁ ଦାବି କରିଛନ୍ତି।

Share Now:

Kalinga News Beuro

Next Post

୬ଟି ରାଜ୍ୟର ୧୧୬ ଜିଲ୍ଲା ପାଇଁ ୫୦ ହଜାର କୋଟି ଟଙ୍କାର ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

Sat Jun 20 , 2020
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଘରକୁ ବାହୁଡ଼ିଥିବା ପ୍ରବାସୀ ଶ୍ରମଜୀବୀଙ୍କ କର୍ମସଂସ୍ଥାନ ସୃଷ୍ଟି ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନ କର୍ମ ଯୋଜନା ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ଏହି ୫୦ ହଜାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial