ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ରେଳ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱରରରୁ ସୋମବାର ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୧୧ଜଣଙ୍କ ମଧ୍ୟରୁ ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ। ଚିହ୍ନଟ ହୋଇଥିବା ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କ ଘର ଉତ୍ତରପ୍ରଦେଶରେ। ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୩୩ବର୍ଷ, ୪୦ବର୍ଷ, ୫୫ବର୍ଷ, ୩୦ବର୍ଷ, ୨୧ବର୍ଷ ଓ ୨୨ବର୍ଷ । ସେମାନେ ସମସ୍ତେ ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ ଅଫିସ୍‌ ନିକଟରେ କାମ କରୁଥିଲେ। ସମସ୍ତେ ଉତ୍ତରପ୍ରଦେଶ ଫେରନ୍ତା। ସେହିପରି ୨୭ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗର ବାସିନ୍ଦାଙ୍କର ବି କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି। ସେ ବି ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ ଅଫିସ୍‌ ନିକଟରେ କାମ କରୁଥିଲେ। ସେ କିଛିଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ।ଅଷ୍ଟମ କରୋନା ଆକ୍ରାନ୍ତ ଜଣକ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ। ସେ ଭୁବନେଶ୍ୱରସ୍ଥିତ ବାଣୀବିହାରରେ ନିର୍ମାଣ କାମ କରୁଥିଲେ। ସେହିପରି ଅନ୍ୟ ତିନିଜଣ କରୋନା ଆକ୍ରାନ୍ତ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଏମାନେ ସମସ୍ତେ ରେଳ କର୍ମଚାରୀ । ଏହି ରେଳ କର୍ମଚାରୀଙ୍କ ବୟସ ଯଥାକ୍ରମେ ୬୦ବର୍ଷ, ୨୮ବର୍ଷ ଓ ୨୮ବର୍ଷ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଥିବା ବେଳେ ଏଥିରୁ ୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଏଯାବତ ରାଜଧାନୀରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୯ଟି ସକ୍ରିୟ ମାମଲା ରହିଛି।

Share Now:

Kalinga News Beuro

Next Post

ରଥଯାତ୍ରାରେ ଶଙ୍କରାଚାର୍ଯ୍ୟଙ୍କୁ କାହିଁକି ଜଡ଼ିତ କରାଯାଉଛି? ପ୍ରଶ୍ନକଲେ ସୁପ୍ରିମ୍‌ କୋର୍ଟ

Mon Jun 22 , 2020
ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଶଙ୍କରାଚାର୍ଯ୍ୟଙ୍କୁ କାହିଁକି ଜଡ଼ିତ କରାଯାଉଛି ବୋଲି ଆଜି ପ୍ରଶ୍ନ କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ। ରଥଯାତ୍ରାକୁ ବନ୍ଦ ରଖିବା ପାଇଁ ଗତ ଜୁନ୍‌ ୧୮ ତାରିଖରେ ସୁପ୍ରିମ୍‌ କୋର୍ଟ ଦେଇଥିବା ନିର୍ଦ୍ଦେଶର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକାଧିକ ରଭ୍ୟୁ ପିଟିସନ୍‌ର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial