ରଥଯାତ୍ରା ପାଇଁ ଭୁବନେଶ୍ବର-ପୁରୀ ସମସ୍ତ ରାସ୍ତା ସିଲ୍

ରାଜଧାନୀ ଉପକଣ୍ଠର ୫ ଜାଗାରେ ପୁଲିସ ନାକାବନ୍ଦୀ

ଭୁବନେଶ୍ବର : ରଥଯାତ୍ରା ପାଇଁ ଲୋକଙ୍କୁ ପୁରୀ ଯିବା ଲାଗି ମନା ଥିବା ବେଳେ ଆଜି ରାତିରେ ଭୁବନେଶ୍ବରରୁ ପୁରୀ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ ସିଲ୍ କରି ଦେଇଛି। ଏ ନେଇ ଆଜି ରାତିରେ କମିସନରେଟ ପୁଲିସର ନିର୍ଦ୍ଦେଶନାମା ପରେ ଭୁବନେଶ୍ବର ଉପକଣ୍ଠର ୫ଟି ରାସ୍ତାକୁ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରୁ ପୁରୀକୁ ସଂଯୋଗ କରୁଥିବା ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ନିକଟରେ ନାକାବନ୍ଦୀ କରାଯାଇଛି। ସେହିପରି ଜଟଣୀ ଥାନା ଅଧୀନ ବୁଢାପଡ଼ା ଓ ତିରୁମଲ୍ଲ ନିକଟରେ ମଧ୍ୟ ରାସ୍ତାକୁ ସିଲ୍ କରାଯାଇଛି। ବାଲିପାଟଣା ଥାନା ଅଧୀନରେ ମୁକୁନ୍ଦଦାସପୁର ଓ ବନମାଳୀପୁରରେ ମଧ୍ୟ ପୁଲିସ ରାସ୍ତାକୁ ସିଲ୍ କରି ଦେଇଛି। ଏହି ସବୁ ଜାଗାରେ ବାରିକେଡ୍ ଲଗାଯାଇ ୨ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ଏହା ସହ ଗୋଟିଏ ଗୋଟିଏ ନାକାରେ ୩ ଜଣ ଏଏସ୍ଆଇଙ୍କୁ ମୁତୟନ କରାଯାଇଛି। ତିନୋଟି ସିଫ୍ଟ ଅନୁସାରେ ସେମାନେ ଡ୍ୟୁଟି କରିବେ ବୋଲି ଜଣାପଡ଼ିଛି। ବୁଧବାର ପର୍ଯ୍ୟନ୍ତ ଏହି ନାକାବନ୍ଦୀ ବଳବତ୍ତର ରହିବା ସହ ବରିଷ୍ଠ ଅଧିକାରୀମାନେ ନିୟମିତ ଯାଞ୍ଚ କରିବେ।

Share Now:

Kalinga News Beuro

Next Post

କରୋନା ମହାମାରୀ ଅପେକ୍ଷା ବିଶ୍ବ ନେତୃତ୍ବରେ ଏକତାର ଅଭାବ ସବୁଠୁ ବଡ଼ ବିପଦ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Tue Jun 23 , 2020
ନୂଆଦିଲ୍ଲୀ : କରୋନା ମହାମାରୀ ଅପେକ୍ଷା କରୋନା ବିରୋଧରେ ଲଢ଼ିବାପାଇଁ ବିଶ୍ବ ନେତୃତ୍ବ ଏବଂ ଏକତାର ଅଭାବ ଏବେ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ମହାମାରୀର ରାଜନୀତିକରଣ କରିବା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଆଜି କହିଛନ୍ତି। ଉଲ୍ଲେଖଯୋଗ୍ୟ ‘ହୁ’ କୁ ଏବେ ବିଶ୍ବର ବିଭିନ୍ନ ରାଷ୍ଟ୍ର ଦ୍ବାରା କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଆମେରିକା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial