୨୧ ଜିଲ୍ଲାରୁ ଆଉ ୫୯୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ଓଡ଼ିଶାରେ ୧୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬, କୋରାପୁଟରୁ ୪୪ , ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୂରଭଞ୍ଜରୁ ୧୪, ବାଲେଶ୍ବର, ଭଦ୍ରକ ଓ କଟକରୁ ୧୧ ଜଣ ଲେଖାଏଁ ଚିହ୍ନଟ, ପୁରୀରୁ ୧୦, ସୁନ୍ଦରଗଡ଼ରୁ ୮, ଜଗତସିଂହପୁର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ , କଳାହାଣ୍ଡିରୁ ୪, ବରଗଡ଼ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ , କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ, ବଲାଙ୍ଗିରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି।

Share Now:

Kalinga News Beuro

Next Post

‘ସାମାଜିକ ଦୂରତା ମାନୁନାହାନ୍ତି, ରାଜଧାନୀ ପାଇଁ ଏବେ ୩ ଚ୍ୟାଲେଞ୍ଜ’ : ବିଏମସି କମିଶନ୍‌ର

Sun Jul 12 , 2020
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା କ୍ଷେତ୍ରରେ ଏବେ ତିିନିଟି ଚ୍ୟାଲେଞ୍ଜ। ହଟସ୍ପଟ୍‌, ହସ୍ପିଟାଲ୍ ଏବଂ ସାମାଜିକ ଦୂରତା। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନ୍‌ର ପ୍ରେମଚନ୍ଦ୍ର ଚୌଧୁରୀ।ହଟସ୍ପଟ୍:-ହଟସ୍ପଟ୍ ଜିଲ୍ଲାରୁ ଲୋକେ ରାଜଧାନୀକୁ ଆସୁଛନ୍ତି। ଯାହା ଫଳରେ ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ଲମ୍ କମିଟି ଗଠନ ହୋଇଛି। ଏହାସହ ୱାର୍ଡ କମିଟି ସକ୍ରିୟ ରହିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial