‘ସାମାଜିକ ଦୂରତା ମାନୁନାହାନ୍ତି, ରାଜଧାନୀ ପାଇଁ ଏବେ ୩ ଚ୍ୟାଲେଞ୍ଜ’ : ବିଏମସି କମିଶନ୍‌ର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା କ୍ଷେତ୍ରରେ ଏବେ ତିିନିଟି ଚ୍ୟାଲେଞ୍ଜ। ହଟସ୍ପଟ୍‌, ହସ୍ପିଟାଲ୍ ଏବଂ ସାମାଜିକ ଦୂରତା। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନ୍‌ର ପ୍ରେମଚନ୍ଦ୍ର ଚୌଧୁରୀ।
ହଟସ୍ପଟ୍:-
ହଟସ୍ପଟ୍ ଜିଲ୍ଲାରୁ ଲୋକେ ରାଜଧାନୀକୁ ଆସୁଛନ୍ତି। ଯାହା ଫଳରେ ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ଲମ୍ କମିଟି ଗଠନ ହୋଇଛି। ଏହାସହ ୱାର୍ଡ କମିଟି ସକ୍ରିୟ ରହିଛନ୍ତି। ବାହାର ଅଞ୍ଚଳରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ୱାର୍ଡ କମିଟି ଜରିଆରେ ସଂଗ୍ରହ କରାଯାଉଛି।
ହସ୍ପିଟାଲ:-
ସେହିପରି ରାଜଧାନୀରେ ଥିବା ହସ୍ପିଟାଲରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅନ୍ୟ ହସ୍ପିଟାଲ୍ ପାଇଁ ଏସ୍ଓପି ଜାରି ହୋଇଛି। ରୋଗୀଙ୍କ ଚିକିତ୍ସା ଓ ତଥ୍ୟ ସମ୍ପର୍କରେ ଏନେଇ ବିସ୍ତୁତ ତଥ୍ୟ ରଖାଯାଇଛି। ଯେ କେହି ଏହି ନିୟମକୁ ଖିଲାପ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନର କହିଛନ୍ତି।
ସାମାଜିକ ଦୂରତା:-
ତେବେ ସବୁଠୁ ମୁଖ୍ୟ ସମସ୍ୟା ପାଲଟିଛି ସାମାଜିକ ଦୂରତା ରକ୍ଷା କରାନଯିବା। ଲୋକେ ସାମାଜିକ ଦୂରତା ମାନୁନାହାନ୍ତି। ଦୋକାନ ବଜାରରେ ସାମଗ୍ରୀ କିଣିବା ବେଳେ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି। ଶୁକ୍ରବାର ଦିନ ବିଭିନ୍ନ ଦୋକାନରେ ଭିଡ଼ ଲାଗୁଛି। ତେଣୁ ଏଥିପ୍ରତି ସଚେତନ ହେଲେ ହିଁ କରୋନାକୁ ମାତ୍ ଦେଇ ହେବ। ଅଧିକରୁ ଅଧିକ ଅନଲାଇନ୍ ସପିଂ, ଟେଲି ମେଡିସିନ୍, ଟେଲିଫୋନ୍ ଦ୍ୱାରା ଡାକ୍ତରଙ୍କ ପରାମର୍ଶ ଭଳି ବ୍ୟବସ୍ଥାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି କମିଶନର।

Share Now:

Kalinga News Beuro

Next Post

ସର୍ବସାଧାରଣରେ ପ୍ରଥମ ଥର ଲାଗି ଫେସ୍ ମାସ୍କ୍ ପିନ୍ଧିଲେ ଡୋନାଲ୍‌ଡ୍ ଟ୍ରମ୍ପ୍

Sun Jul 12 , 2020
ୱାସିଂଟନ୍: ଶନିବାର ଦିନ ଏକ ସାମରିକ ହସ୍‌ପିଟାଲ୍‌ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ଫେସ୍‌ ମାସ୍କ୍‌ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍‌ର ବିସ୍ତାର କିଂବା ଆକ୍ରାନ୍ତ ନ ହେବାକୁ ସତର୍କତାମୂଳକ ପଦକ୍ଷେପ ଭାବେ ସ୍ବାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଏହି ମାସ୍କ୍‌ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ଶସସ୍ତ୍ରବାହିନୀର ଆହତ ସୈନିକମାନଙ୍କୁ ଏବଂ କୋଭିଡ୍-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial