ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ: ଯାଆ ଓ ଶାଶୁ ଗିରଫ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଯାମଜୋଡି ପଞ୍ଚାୟତ ଅଧୀନ ନୀଳକଣ୍ଠପୁର ଗ୍ରାମର କାଦମ୍ବିନୀ ସ୍ୱାଇଁ ନାମ୍ନୀ ଜଣେ ବଧୂକୁ ଯୌତୁକ ପାଇଁ ତାଙ୍କ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡିଛି ଯେ ଗତ ବର୍ଷ ଆଷାଢ଼ ମାସରେ ତିହିଡି ଥାନା ବୋଡ଼କ ପଞ୍ଚାୟତ ଅନ୍ତର୍ଗତ ଓରାଳିଗ୍ରାମର ରତ୍ନାକର ସ୍ୱାଇଁଙ୍କ ଝିଅ କାଦମ୍ବିନୀଙ୍କୁ ନୀଳକଣ୍ଠପୁର ଗ୍ରାମର ଭିକା ରାଉତଙ୍କ ପୁଅ ପଙ୍କଜ ରାଉତ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ୧ଲକ୍ଷ ଟଙ୍କା ସହିତ ଅସବାବ ଜିନିଷ ଦିଆଯାଇଥିଲା। ମାତ୍ର ବିବାହର କିଛିଦିନ ପରେ ଶାଶୁଘର ଲୋକ ଅଧିକ ଯୌତୁକ ଦାବିକରି କାଦମ୍ବିନୀଙ୍କୁ ମାଡମାରିଥିଲେ। ଯୌତୁକ ଦେବାକୁ ମନାକରିବାରୁ ଶାଶୁଘର ଲୋକେ ମିଳିମିଶି ବୁଧବାର ରାତିରେ ହତ୍ୟା କରିଦେଇଛନ୍ତି। ଏହି ଖବର କାଦମ୍ବିନୀର ବାପା ରତ୍ନାକର ସ୍ୱାଇଁ ଗୁରୁବାର ସକାଳେ ଫୋନ ଯୋଗେ ଜାଣିବାକୁ ପାଇଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏ ସମ୍ପର୍କରେ ୨୭୦/୨୦ରେ ଏକ ମକଦ୍ଦମା ରୁଜୁକରି ଯାଆ ନୁଖୁରୀ ରାଉତ ଓ ଶାଶୁ ହେମଲତା ରାଉତକୁ ଗିରଫ କରିଛି।

Share Now:

Kalinga News Beuro

Next Post

ଲୋପ ପାଇଯିବ ବଜ୍ରକାପ୍ତା ବଂଶ : ଔଷଧ ପାଇଁ ଚୀନକୁ ଚୋରା ଚାଲାଣ

Fri Jul 24 , 2020
ଦି ୱାର୍ଲଡ ୱାଇଲ୍ଡ ଲାଇଫ୍ କ୍ରାଇମ୍ ରିପୋର୍ଟ- ୨୦୨୦ ଭୁବନେଶ୍ୱର : ରାଜ୍ୟରେ ଅତିବିରଳ ବଜ୍ରକାପ୍ତା ଚୋରାଚାଲାଣ ବଢିବାରେ ଲାଗିଛି। ନିକଟରେ ଆଠଗଡରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ ବିଭାଗକୁ ଚୋରାଚାଲାଣର ପ୍ରମାଣ ମିଳିଛି। ହେଲେ ଏ ଦିଗରେ ସରକାର ଯେଭଳି ଠୋସ୍ ପଦକ୍ଷେପ ନେବା କଥା ତାହା ଦେଖାଯାଇନାହିଁ। ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ […]
ଲୋପ ପାଇଯିବ ବଜ୍ରକାପ୍ତା ବଂଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial