ହକି ତାରକା ପ୍ରବୋଧ ତିର୍କୀଙ୍କ ସରକାରୀ ବାସଭବନରୁ କଳାକନା ବୁଲାଇଲେ ଦୁର୍ବୁର୍ତ୍ତ

ହକି ତାରକା ପ୍ରବୋଧ ତିର୍କୀ

ଭୁବନେଶ୍ବର: ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରେ ଚୋରମାନେ କଳାକନା ବୁଲାଇ ଦେଇଥିବାର ଖବର ମିଳିଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି। ଏବେ ବିଶ୍ୱକପ୍‌ ହକି ଚାଲିଥିବାରୁ ପ୍ରବୋଧ ରାଉରକେଲାରେ ଅଛନ୍ତି। କ୍ୱାର୍ଟରରେ କେହି ରହୁନଥିଲେ। ତାଙ୍କ ପରିବାର ଲୋକେ ଗାଁକୁ ଯାଇଥିବାର ସୁଯୋଗ ନେଇ ଲୁଟେରା ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।
ସୂଚନା ଅନୁଯାୟୀ, ଚୋରମାନେ ସରକାରୀ ବାସଭବନରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି। ଏପରିକି ତାଙ୍କର ସ୍ୱର୍ଣ୍ଣପଦକକୁ ବି ଲୁଟିନେଇଛନ୍ତି ଚୋର। ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କମିସନରେଟ୍‌ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଥିବା ବେଳେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏହି ମାମଲାରେ ଚୋରଙ୍କୁ ଧରିବାରେ ପୁଲିସ ସଫଳ ହୋଇନାହିଁ।

Share Now:

Kalinga News Beuro

Next Post

କେନ୍ଦୁଝରରେ ବନ୍ୟପ୍ରାଣୀ ଉପଦ୍ରବ : ମାରିବା ସହିତ ମରୁଛନ୍ତି

Sun Jan 22 , 2023
କେନ୍ଦୁଝର: ହାତୀ ମୃତ୍ୟୁ ନେଇ କେନ୍ଦୁଝର ଜିଲ୍ଲା ଦୁର୍ନାମ ମୁଣ୍ଡାଇଛି। ଜିଲ୍ଲାରେ କେବଳ ହାତୀ ମରୁ ନାହାନ୍ତି ବନ୍ୟପ୍ରାଣୀ ହାତୀ, ଭାଲୁ ଓ ବାର୍‌ହା ଆକ୍ରମଣରେ ପ୍ରତ୍ୟେକ ବର୍ଷ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସେହିପରି ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଚାଷୀ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଉଛି। ମିଳିଥିବା ସୂଚନା ଅନୁସାରେ, ୨୦୧୬-୧୭ ମସିହାରେ କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁ ଆକ୍ରମଣରେ […]
କେନ୍ଦୁଝରରେ ବନ୍ୟପ୍ରାଣୀ ଉପଦ୍ରବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial