ସମ୍ବଲପୁରୀ ଶାଢ଼ିର ପ୍ରଶଂସାରେ ଶତମୁଖ ବିଦ୍ୟା ବାଲାନ

ବିଦ୍ୟା ବାଲାନଙ୍କୁ ସମ୍ବଲପୁରୀ ଶାଢ଼ି

ଭୁବନେଶ୍ୱର : ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢ଼ିକୁ ଖୁବ୍‌ ପ୍ରଶଂସା କରିଥିବା ବେଳେ ଏହି ଶାଢ଼ି ପିନ୍ଧି ସେ ସଦ୍ୟ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ସୋସିଆଲ ମିଡିଆ ପ୍ରଚାର କରିଥିଲେ। ତେବେ ଏହି ଶାଢ଼ିଟି ବିଦ୍ୟା ବାଲାନଙ୍କୁ ପିନ୍ଧାଇବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଅମ୍ରିତା ସାବତଙ୍କ ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌। ବର୍ଷେ ତଳେ ଯେବେ ମୁମ୍ବାଇରେ ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌ ଏକ ପ୍ରଦର୍ଶନୀରେ ସାମିଲ୍‌‌ ହୋଇଥିଲା ସେତେବେଳେ ବିଦ୍ୟା ବାଲାନଙ୍କ ଟିମ୍‌ ସହ ଯୋଗାଯୋଗ କରିଥିଲେ ଅମ୍ରିତା ସାବତ। ଶାଢ଼ିର ଡିଜାଇନ୍‌ ଦେଖିବା ପରେ ତାଙ୍କ ଟିମ୍‌କୁ ବହୁତ ପସନ୍ଦ ଆସିଥିଲା। ଶେଷରେ ଏହି ଶାଢ଼ିଟି ବିଦ୍ୟା ‘ଶକୁନ୍ତଳା ଦେବୀ’ ମୁକ୍ତିଲାଭ ସମୟରେ ପିନ୍ଧିବେ ବୋଲି ବିଦ୍ୟାଙ୍କ ଟିମ୍‌ ଜଣାଇଥିଲେ। ରମାକାନ୍ତ ମେହେର ଶାଢ଼ିଟି ପ୍ରସ୍ତୁତ କରିଥିବା ବେଳେ ତାହା ଗତ ୨୨ତାରିଖରେ ବିଦ୍ୟାଙ୍କୁ ପଠାଯାଇଥିଲା। ବିଦ୍ୟା ୨୫ତାରିଖରେ ଶାଢ଼ିଟି ପିନ୍ଧି ତାଙ୍କୁ ବହୁତ ପସନ୍ଦ ହେଇଛି ବୋଲି କହିଥିଲେ। ଗାଣିତିକ ସମୀକରଣ ଥିବା ଏହି ଶାଢ଼ିଟି ବିଦ୍ୟା ପିନ୍ଧିବା ପରେ ‘ଉତ୍କଳ ଅମ୍ରିତା’ର ମୁଖ୍ୟ ଅମ୍ରିତାଙ୍କ ନିକଟକୁ ଏକ ଭିଡିଓ ବିଦ୍ୟାଙ୍କ ଟିମ୍‌ ପଠାଇଥିଲେ। ତେବେ ଗତକାଲି ବିଦ୍ୟା ଯେବେ ଶାଢ଼ିଟି ପିନ୍ଧି ‘ଶକୁନ୍ତଳା ଦେବୀ’ର ପ୍ରଚାର କରୁଥିଲେ, ତାହା ଚର୍ଚ୍ଚାକୁ ଆସିଥିଲା। ଏ ନେଇ ଅମ୍ରିତା କହିଛନ୍ତି, ଆମ ଓଡ଼ିଆ ତାରକାମାନେ ମଧ୍ୟ ଅଭିନୟ ସମୟରେ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ଶାଢ଼ି ପିନ୍ଧିବା ଆବଶ୍ୟକ। ଏହାଦ୍ବାରା ଆମ ହସ୍ତତନ୍ତର ପ୍ରଚାର ପ୍ରସାର ହେବା ସହ ବୁଣାକାରମାନେ ରୋଜଗାରକ୍ଷମ ହୋଇପାରିବେ।

Share Now:

Kalinga News Beuro

Next Post

ଅଗଷ୍ଟ ଲାଗି କରୋନା କଟକଣା ଜାରି କ‌ଲେ ରାଜ୍ୟ ସରକାର : ୪ ଜିଲ୍ଲା ଓ ରାଉରକେଲାରେ ସପ୍ତାହନ୍ତ ସଟଡାଉନ୍‌

Sat Aug 1 , 2020
ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ଭୁବନେଶ୍ୱର: ଅଗଷ୍ଟ ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କ‌ରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଜୀବନ ସହ ଜୀବିକା ଉପରେ ଗୁରୁତ୍ବ ଦେଇ ବହୁ କଟକଣା କୋହଳ କରିଛନ୍ତି। ତେବେ ରାତ୍ରିକାଳିନ କର୍ଫ୍ୟୁକୁ ଜାରି […]
ଅଗଷ୍ଟ ଲାଗି କରୋନା କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial