କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଜି ସନ୍ଧ୍ୟା ୬ଟାରେ ଏକ ମିନିଟ୍ ନିରବ ପ୍ରାର୍ଥନା: ମୁଖ୍ୟମନ୍ତ୍ରୀ

ପ୍ରାର୍ଥନା ପରେ ନିଜେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇବେ

ପ୍ରାର୍ଥନା ପରେ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବ। ସେ ସମୟରେ ନିଜ ଘରେ ବା ଯିଏ ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ ଏହି ନିରବ ପ୍ରାର୍ଥନା କରିବା ଲାଗି ନବୀନ କହିଛନ୍ତି ଓ ନିଜେ ସେ ଏହାର ନେତୃତ୍ବ ନେବେ ବୋଲି ଜଣାଇଛନ୍ତି। କେବଳ ସେତିକି ନୁହେଁ, ଏହି ପ୍ରାର୍ଥନା ସଭା ପରେ ପରେ ସମସ୍ତେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଶପଥ ପାଠ କରାଇବେ।ନବୀନ କହିଛନ୍ତି ଯେ ଏହି ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ୍‌ ନିୟମାବଳୀର କଡ଼ାକଡ଼ି ପାଳନ ସଂପର୍କରେ ଏହି ଶପଥପାଠ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ।
ଏଥିସହିତ କୋଭିଡ୍ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ତଥା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଦାୟିତ୍ବ ପାଳନ କରିବା ପାଇଁ ଏହା ଶ୍ରେଷ୍ଠ ମାର୍ଗ ହେବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ୍ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୂତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛନ୍ତି। ଭାରତ ମଧ୍ୟ କୋଭିଡ୍ ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ବିଶ୍ବରେ ସର୍ବାଧିକ। ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ। ଗତ ୫ ମାସ ହେଲା ରାଜ୍ୟ ମଧ୍ୟ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛି। ରାଜ୍ୟବାସୀ ଏହି ଲଢେଇରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। କୋଭିଡ୍‌ ଯୁଦ୍ଧରେ ଓଡ଼ିଶାର ସଂଗ୍ରାମରେ ଏହା ହେଉଛି ମହତ୍ବପୂର୍ଣ୍ଣ ଘଟଣା। ସମସ୍ତଙ୍କ ସହଯୋଗରେ ଓଡ଼ିଶା ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛି। ରାଜ୍ୟରେ ମୃତ୍ୟୁ ହାର ୦.୫୭% ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍‌। ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ଲକ୍ଷ୍ୟ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ମୃତ୍ୟୁହାର କମ୍‌ ରହିଛି। ହଜାର ହଜାର କୋଭିଡ୍‌ ଯୋଦ୍ଧାଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ ନିରନ୍ତର ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି। ଏହି ଭୟାନକ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି।

Share Now:

Kalinga News Beuro

Next Post

ଲେବାନନର ବିରୁଟରେ ଭୟାବହ ବିସ୍ଫୋରଣ : ୭୮ ପ୍ରାଣହାନୀ ଓ ପ୍ରାୟ ୪୦୦୦ ଆହତ ହୋଇଥିବା ସନ୍ଦେହ

Wed Aug 5 , 2020
ବିସ୍ଫୋରଣର କାରଣ ଅସ୍ପଷ୍ଟ ,ଶୋକ ବ୍ୟକ୍ତ କଲେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, ମଙ୍ଗଳବାର ଦିନ ବିରୁଟ୍‌ରେ ହୋଇଥିବା ବିଶାଳ ବିସ୍ଫୋରଣ ଭୟାବହ ବୋମା ଆକ୍ରମଣ ପରି ମନେହେଉଥିବା କଥା ତାଙ୍କୁ ଆମେରିକୀୟ ଜେନେରାଲ୍‌ମାନେ କହିଛନ୍ତି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏହି ଭୟଙ୍କର ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୭୮ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ୪୦୦୦ରୁ ପାଖାପାଖି ଲୋକ […]
ବିରୁଟ୍ ବିସ୍ଫୋରଣ ଭୟାବହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial