ଭାରତୀୟ ଡ଼ାକ ବିଭାଗର ସ୍ୱତନ୍ତ୍ର ଡ଼ାକ ଲଫାପାରେ ମୁଦ୍ରିତ ହେଲା ଚାନ୍ଦବାଲିର ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର

ଚାନ୍ଦବାଲିର ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର

ଚାନ୍ଦବାଲି: ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଆରାଧ୍ୟ ଦେବୀ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାମରେ ଏକ ସ୍ୱତନ୍ତ୍ର ଡ଼ାକ ଲଫାପା ଚାନ୍ଦବାଲି ଉପଡ଼ାକଘର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି। ଭଦ୍ରକ ଡ଼ାକ ମଣ୍ଡଳ ଓ ଚାନ୍ଦବାଲି ମା’ ଦକ୍ଷିଣେଶ୍ୱରୀ କାଳୀ କମିଟି ପକ୍ଷରୁ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ମା’ କାଳୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଡ଼ାକ ମଣ୍ଡଳ ଅଧିକାରୀ ସର୍ବେଶ୍ୱର ମିଶ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ମା’କାଳୀ କମିଟିର ସମ୍ପାଦକ ଖଗେଶ୍ୱର ବଳ ଓ ସାଧନା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶ୍ରୀକାନ୍ତ ମହାଳିକ ଯୋଗଦାନ କରିଥିଲେ। ଆଇ.ପି.ପି.ବି. ଭଦ୍ରକ ବ୍ରାଞ୍ଚର ସିନିଅର ମ୍ୟାନେଜର ପ୍ରିୟ ରଂଜନ ରାଉତ ଯୋଗଦାନ କରିଥିବା ବେଳେ ଚାନ୍ଦବାଲି ଉପଡ଼ାକ ଘର ପୋଷ୍ଠମାଷ୍ଟର ପ୍ରଦୋଷ କୁମାର ସାହୁ, ସାମନ୍ତରାୟପୁର ଶାଖା ଉପଡ଼ାକଘରର ପୋଷ୍ଟମାଷ୍ଟର ଦେବାଶିଷ ଦାସ,ମଞ୍ଚାସୀନ ହୋଇ ଏହି ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ କରିଥିଲେ। ୧ହଜାର ଲଫାପା ଛପା ହୋଇଥିବା ବେଳେ ଏଥିରେ ମା’ଙ୍କ ମୁଖଶାଳା ସହିତ ଅବିକଳ ମା’ଙ୍କ ପ୍ରତିମା ଛବି ଓ ଚାନ୍ଦବାଲିର ଐତିହ୍ୟ କିମ୍ବଦନ୍ତୀ ତୋପ , ବୈତରଣୀ ନଦୀର ପ୍ରାକୃତିକ ସୈାନ୍ଦର୍ଯ୍ୟ ଫଟୋ ମଧ୍ୟ ସ୍ଥାନିତ ହୋଇଥିବା ବେଳେ ଅଗ୍ରଣୀ ସାହିତ୍ୟ ସଂସ୍କୃତି ପରିଷଦ ସାଧନା ମଧ୍ୟ ସ୍ଥାନ ପାଇଛି। କ୍ୟାନ୍ସଲେସନ ଷ୍ଟାମ୍ଫ ମଧ୍ୟ ମୁଦ୍ରିତ ହୋଇଛି। ମା’ଙ୍କ ସ୍ୱତନ୍ତ୍ର ଡ଼ାକ ଲଫାପା ଉନ୍ମୋଚନ ହେବା ପରେ ଚାନ୍ଦବାଲି ଅଞ୍ଚଳବାସୀ ଡ଼ାକ ବିଭାଗକୁ ସାଧୁବାଦ ଜଣାଇଛନ୍ତି। ଭଦ୍ରକ ଡ଼ାକ ଅଧ୍ୟକ୍ଷକଙ୍କ ନିଜସ୍ୱ ଆସିଷ୍ଟାଣ୍ଟ ଶାନ୍ତନୁ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସୁଶ୍ରୀ ସାଇନ ମିଶ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

Share Now:

Kalinga News Beuro

Next Post

ରାସ୍ତା ଉପରେ ଜଳିଗଲା ଗଞ୍ଜେଇ ବୋଝେଇ ଗାଡି

Tue Sep 22 , 2020
ମାଲକାନଗିରି: ମାଲକାନଗିରି ଜାତୀୟ ରାଜପଥ ୩୨୬ ଉପରେ ହୁତୁହୁତୁ ହୋଇ ଜଳିଗଲା ଗୋଟିଏ କାର। ଏମଭି-୧୬ ଗ୍ରାମ ନିକଟରେ ଏଭଳି ଏକ ଘଟଣା ଆଜି ସକାଳୁ ଘଟିଯାଇଛି। କାରଟି ମୁଖ୍ୟ ରାସ୍ତା କଡରେ ଥିବାବେଳେ ସେଥିରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟ ବଶତଃ ସେହି ଗାଡ଼ିଟିରେ କୌଣସି ଲୋକନଥିବାରୁ କେହି ମୃତାହତ ହୋଇନାହାନ୍ତି।ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଂଚି […]
Jaligala Ganjei Gadi-2020 (2)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial