ରାସ୍ତା ଉପରେ ଜଳିଗଲା ଗଞ୍ଜେଇ ବୋଝେଇ ଗାଡି

Jaligala Ganjei Gadi-2020 (2)

ମାଲକାନଗିରି: ମାଲକାନଗିରି ଜାତୀୟ ରାଜପଥ ୩୨୬ ଉପରେ ହୁତୁହୁତୁ ହୋଇ ଜଳିଗଲା ଗୋଟିଏ କାର। ଏମଭି-୧୬ ଗ୍ରାମ ନିକଟରେ ଏଭଳି ଏକ ଘଟଣା ଆଜି ସକାଳୁ ଘଟିଯାଇଛି। କାରଟି ମୁଖ୍ୟ ରାସ୍ତା କଡରେ ଥିବାବେଳେ ସେଥିରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟ ବଶତଃ ସେହି ଗାଡ଼ିଟିରେ କୌଣସି ଲୋକନଥିବାରୁ କେହି ମୃତାହତ ହୋଇନାହାନ୍ତି।ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି।

ଖବର ନେବାରୁ ଜଣାପଡିଛି ଯେ ସେହି ଗାଡ଼ିଟିରେ ବହୁ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିଲା। ନିଆଁ ଲାଗିବାପରେ ଗାଡ଼ିଟିକୁ ଛାଡ଼ିଦେଇ ଡ୍ରାଇଭର କିମ୍ବା ଗାଡି ମାଲିକ ଫେରାର ହୋଇଯାଇଛନ୍ତି। କିଛି ଦିନ ଭିତରେ ଗଞ୍ଜେଇ ଚାଲାଣ ରାକେଟ ସକ୍ରିୟ ଥିବାବେଳେ ପୋଲିସକୁ କିଛି ସଫଳତା ମଧ୍ୟ ମିଳିଛି। ଗାଡିଟି କାହାର ଏବଂ ସେଥିରେ କିଭଳି ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ। ତେବେ ପୋଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି।

Share Now:

Kalinga News Beuro

Next Post

ସୀମାନ୍ତରେ ପୁଣି ନକ୍ସଲ ହିଂସା : ୫ ଗ୍ରାମବାସୀଙ୍କୁ ହତ୍ୟାକଲେ ମାଓବାଦୀ

Tue Sep 22 , 2020
ଅନ୍ୟ ଜଣକୁ ଅପହରଣ କରି ହତ୍ୟା କଲେ ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ନକ୍ସଲ ହିଂସା। ଗତକାଲି ରାତିରେ ଛତିଶଗଡର ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ମିଳିଛି। ସେଥି ମଧ୍ୟରୁ ବାସାଗୁଡା ଥାନା ଅଞ୍ଚଳର ଫୁତଖେଲ ଗ୍ରାମର ଦାସର ରାମନ୍ନା ନାମକ ଜଣେ ଯୁବକକୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି। […]
୪ ଗ୍ରାମବାସୀଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial