ଆଜି ରିଲିଜ୍‌ ହେଉଛି ଏହି ଦୁଇଟି ଓଡ଼ିଆ ସିନେମା

ଭୁବନେଶ୍ୱର: ଆଜି ପରଦାକୁ ଆସୁଛି ଦୁଇଟି ନୂଆ ଓଡ଼ିଆ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’ । ଅଶୋକ କୁମାର ଦାସ ଏହାର ପ୍ରଯୋଜକ ଏବଂ ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍‌ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି । ସେ ଏହାର କାହାଣୀ ବି ଲେଖିଛନ୍ତି । ଏଥିରେ ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡୁ, ଶ୍ରୀତମ ଦାସ, ଦେବୁ ପଟ୍ଟନାୟକ, ଉଷଶ୍ରୀ ମିଶ୍ର ପପୁ ପମପମ୍‌ ଓ ନବାଗତ ମୁନ୍ନା ମୁଖ୍ୟ ଭୂମିକାରେ ଅଛନ୍ତି । ରଣଜିତ ପଟ୍ଟନାୟକ ଏହାର ସଂଳାପକାର ଏବଂ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।
ଅନ୍ୟ ସିନେମା ହେଲା ‘ଓଲେ ଓଲେ ଦିଲ ବୋଲେ’ । ବିଭୂତି ଭୂଷଣ ଷଡଙ୍ଗୀ ଏହାର ପ୍ରଯୋଜକ ଏବଂ କୈଳାସ ମହାପାତ୍ର ନିର୍ଦ୍ଦେଶକ। ଏଥିରେ ସିଦ୍ଧାନ୍ତ,ଜ୍ୟୋତି,ଝିଲିକ୍‌, ମିହିର ଦାସ ଏବଂ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।

Share Now:

Kalinga News Beuro

Leave a Reply

Next Post

ଆଜି ରାଜଧାନୀକୁ ୭୦ ଛୁଇଁଲା :ଅନେକ ସ୍ମୃତି ଓ ସ୍ୱପ୍ନରେ ଭରା ଭୁବନେଶ୍ୱର

Fri Apr 13 , 2018
ରାଜଧାନୀ ଭୁବନେଶ୍ୱରକୁ ୭୦ବର୍ଷ ଛୁଇଁଛି। କିନ୍ତୁ ଯୌବନର ସ୍ପର୍ଶ ଲାଗିବା ଏବେ ଆରମ୍ଭ ହୋଇଛି। ଐତିହ୍ୟ ନଗରୀ, ମନ୍ଦିରମାଳିନୀ ପରିଚୟ ନେଇ ବଞ୍ଚିଥିବା ଭୁବନେଶ୍ୱର ଇତିମଧ୍ୟରେ ସ୍ମାର୍ଟ ସିଟି ହୋଇଯାଇଛି। ନିଜର ପୁରୁଣା ପରିଚୟକୁ ସାଥୀ କରି ଆଧୁନିକତାକୁ ଆପଣାଇଛି। ଭୁବନେଶ୍ୱରକୁ ରାଜଧାନୀ ମାନ୍ୟତା ଦେବା ପାଇଁ ଜର୍ମର୍ାନ ଆର୍କିଟେକ୍ଟ ଓଟୋ କୋନିଗ୍‌ସବର୍ଗର ପ୍ରସ୍ତୁତ କରିଥିବା ନକ୍ସା ଏବେକାର ସ୍ମାର୍ଟ ସିଟି ଡିଜାଇନ୍‌ରେ ପୂରା ବଦଳିଯାଇଛି। ରାଜଧାନୀବାସୀଙ୍କୁ ପୁଳା ପୁଳା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial