ଚୀନ ଚାପରେ ପାକିସ୍ତାନ ଚେପା: ଟିକ-ଟକ ଉପରୁ ହଟାଇଲା ପ୍ରତିବନ୍ଧକ

ନିଷେଧାଦେଶ ହଟାଇଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ଚୀନ ଚାପରେ ପାକିସ୍ତାନ ଚେପା। ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ। ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ। କିନ୍ତୁ ୧୦ଦିନ ନହେଉଣୁ ପାକିସ୍ତାନ ଟିକ-ଟକ ବ୍ୟବହାର ଉପରୁ ଲାଗିଥିବା ପ୍ରତିବନ୍ଧକ ହଟାଇଦେଇଥିବା ଜଣା ପଡିଛି। ଚୀନ ପକ୍ଷରୁ ଚାପ ପଡ଼ିବାରୁ ପାକିସ୍ତାନ ଏଭଳି କରିଥିବା ସାମ୍ନାକୁ ଆସିଛି। ପୂର୍ବରୁ ଭାରତ ସମେତ ଆମେରିକାରେ ଏହି ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇ ସାରିଛି। ପାକିସ୍ତାନର ନାଗରିକମାନେ ଏଥିରେ ପ୍ରସାରିତ ହେଉଥିବା ବିଷୟବସ୍ତୁ ଉପରେ ଅଭିଯୋଗ କରିବା ପରେ ଏହାକୁ ବନ୍ଦ କରାଯାଇଥିବା କୁହାଯାଉଥିଲା। କିନ୍ତୁ ଟିକ-ଟକ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚୀନ ସହ ସମ୍ପର୍କ ତିକ୍ତ ହେଉଥିବା ଦେଖି ପାକିସ୍ତାନ ଏବେ ପ୍ରତିବନ୍ଧକ ହଟାଇଦେଇଛି। ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଇ ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ, ଅଶାଳୀନ ଓ ଅଶ୍ଳୀଳ ବିଷୟବସ୍ତୁ ହଟାଇବାକୁ ଓ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ବାରମ୍ବାର ଟିକ୍ ଟକକୁ କୁହାଯାଇଥିଲେ ମଧ୍ୟ କମ୍ପାନି ଶୁଣି ନଥିଲା। ଏଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନବାସୀ ଏବେ ଏହି ଆପକୁ ବ୍ୟବହାର କରିବେ ନାହିଁ। କିନ୍ତୁ ଏବେ ପାକିସ୍ତାନ ଚୀନ ଆଗରେ ହାର ମାନି ପୁଣି ଥରେ ଆପ ଚାଲୁ କରିବାକୁ ଆଦେଶ ଦେଇଛି। କିଛି ମାସ ପୂର୍ବେ ଭାରତ ସରକାର ଚୀନର ଏହି ଆପକୁ ନିଷିଦ୍ଧ କରିଥିଲେ। ଲଦାଖରେ ସଂଘର୍ଷ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଗତ ମାସରେ ଆମେରିକା ସରକାର ମଧ୍ୟ ଟିକ ଟକ ଉପରେ କଟକଣା ଲଗାଇଥିଲେ।

Share Now:

Kalinga News Beuro

Next Post

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା: ବାହାର ଜିଲ୍ଲାବାସୀ କରି ପାରିବେ ଶବଦାହ

Mon Oct 19 , 2020
କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ବଳବତ୍ତର ରହିବ ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା। ଆଜିଠୁ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ହଟାଯାଇଛି। ଏବେ ପୁରୀ ଜିଲ୍ଲା ବାହାରର ଯେ କେହି ନିଜ ଆତ୍ମୀୟଙ୍କ ଶବଦାହ କରିପାରିବେ। ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲାରେ ସଂକ୍ରମଣ କମିଥିବାରୁ କଟକଣା ହଟାଯାଇଛି। ହେଲେ ଶବଦାହ […]
ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial