ଦାଦାବଟିକୁ ନା ! କମିସନରେଟ୍ ପୁଲିସ୍ ଜାରି କଲା ହେଲ୍ପ ଲାଇନ୍ ନମ୍ବର

ଦାଦାବଟିକୁ ନା

ଭୁବନେଶ୍ବର: ଆଜି ଅପରାହ୍ନରେ ପୁଲିସ ଡିଜି ଅଭୟ ଭୁବନେଶ୍ୱର ଏବଂ କଟକ ଦ୍ବୈତନଗରୀ ପାଇଁ ଏକ ଦାଦାବଟି ନିରୋଧୀ ହେଲ୍ପଲାଇନ – ୯୯୩୮୯୧୦୦୦୦ର ଶୁଭାରମ୍ଭ କରିଛନ୍ତି। ଡିଜିପି କହିଛନ୍ତି ଯେ ଏହି ଉତ୍ସର୍ଗୀକୃତ ହେଲ୍ପଲାଇନ ଦୁଇ ସହରରେ ଦାଦାବଟି ଆଦାୟ ସଂପର୍କିତ ଅଭିଯୋଗ ଗ୍ରହଣ କରିବ। ନାଗରିକମାନେ ଟେଲିଫୋନ୍ କଲ୍, ହ୍ବାଟସ ଆପ୍, ଏସ୍ଏମ୍ଏସ୍ ଏବଂ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ଓ ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କହିଛନ୍ତି ପୁଲିସ ଡିଜି। ଦୁଇ ସହରରେ ଅସାମାଜିକ ଗୁଣ୍ଡା ବ୍ୟବସାୟୀ ତଥା ବ୍ୟବସାୟୀଙ୍କଠାରୁ ଜବରଦସ୍ତ ଟଙ୍କା ସଂଗ୍ରହକୁ ରୋକିବା ପାଇଁ କମିସନରେଟ୍ ପୁଲିସ୍ ‘ଦାଦାବଟିକୁ ନା’ ଅଭିଯାନ ଆରମ୍ଭ କରିଛି। ଅତିରିକ୍ତ ପୁଲିସ୍ କମିସନର ରେଖା ଲୋହାନୀଙ୍କ ତତ୍ତ୍ବାବଧାନରେ ଏକ ଟାସ୍କଫୋର୍ସ ଦାଦା ଦମନ କାର୍ଯ୍ୟ କରିବ। କମିସନରେଟର କୁଇକ୍ ଆକ୍ସନ୍ ଟିମ୍ ଏବଂ ପୁଲିସ୍ ଅଧିକାରୀମାନେ ଏହି ଟାସ୍କଫୋର୍ସକୁ ସାହାଯ୍ୟ କରିବେ।

Share Now:

Kalinga News Beuro

Next Post

ଶ୍ରୀମନ୍ଦିରରେ ହୁଗୁଳା ସୁରକ୍ଷା ବ୍ୟବସ୍ଥା

Wed Oct 21 , 2020
ସେବାୟତ ବେଶରେ ପଶିଲେ ହିନ୍ଦୁ ଭିନ୍ନ ଅନ୍ୟ ଧର୍ମର ଲୋକ ପୁରୀ: ବିଭିନ୍ନ ଘଟଣାବଳୀକୁ ନେଇ ଶ୍ରୀମନ୍ଦିର ସବୁବେଳେ ଚର୍ଚ୍ଚାରେ। କେତେବେଳେ ଶ୍ରୀମନ୍ଦିର ଉପରକୁ ପାଗଳ ଚଢ଼ିଯିବା ନେଇ ତ ଅନ୍ୟ କେତେବେଳେ ଶ୍ରୀମନ୍ଦିର ପତିତପାବନ ବାନା ଚିରିଯିବା ନେଇ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ ସମୟରେ ଶ୍ରୀମନ୍ଦିର ମଧ୍ୟକୁ ବାହାର ଜିଲ୍ଲାର ଜଣେ ପୁଲିସ ଇନ୍‌ସ୍ପେକ୍ଟର ପଶିଯିବା ପରେ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଅଧିକ କଟକଣା ଜାରି ହୋଇଥିଲା। […]
ସେବାୟତ ବେଶରେ ଶ୍ରୀମନ୍ଦିରରେ ପଶିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial