ଡିପ୍ରେସନ୍‌ରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଡିପ୍ରେସନ୍‌ରେ ପରିଣତ ହେଲା ଲଘୁଚାପ

ଶୁକ୍ରବାର ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇସାରିଛି ଓ ଏହା ଆସନ୍ତାକାଲି ସୁଦ୍ଧା ଡିପ୍‌-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଡିପ୍‌ ଡିପ୍ରେସନରେ ପରିଣତ ହୋଇ ଏହା ଶୁକ୍ରବାର ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି। ଆଇଏମଡି ପକ୍ଷରୁ କିଛି ସମୟ ପୂର୍ବରୁ ଟ୍ଵିଟ୍‌ କରି କୁହାଯାଇଛି ଯେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହି ଡିପ୍ରେସନ ପାରାଦୀପଠାରୁ ୧୫୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ଓ ସାଗର ଦ୍ୱୀପଠାରୁ ୩୨୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇ ରହିଛି। ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ କହିଛି ଯେ ଏହି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆହୁରି ଘନୀଭୂତ ହୋଇସାରିଛି ଓ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ରହିଛି। ଏହା ଆସନ୍ତା କାଲି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ଡିପ୍ରେସନ ପ୍ରଭାବରେ ଆନ୍ଧ୍ର-ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ, ଉତ୍ତର-ପୂର୍ବ ରାଜ୍ୟ ଓ ବାଂଲାଦେଶରେ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ପୁଣି କନ୍ଦାଇଲା ପିଆଜ : ସକାଳେ ୭୦, ସନ୍ଧ୍ୟାରେ ୮୦

Thu Oct 22 , 2020
ଭୁବନେଶ୍ବର: ପୁଣି କନ୍ଦାଇଲା ପିଆଜ। ବୁଧବାର ସନ୍ଧ୍ୟାରୁ ପାଇକାରୀ ବଜାରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାକୁ ଛୁଇଁଛି। ତେଣୁ ବୁଧବାର ଦିନ ସାରା ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ସନ୍ଧ୍ୟାବେଳକୁ ୮୦ ଟଙ୍କା ହୋଇଯାଇଛି। ଏହି ଦର ୯୦ ଟଙ୍କା ଛୁଇଁବା କିଛି ଅସମ୍ଭବ ନୁହେଁ ବୋଲି ବେପାରୀମାନଙ୍କଠାରୁ ସୂଚନା ମିଳିଛି। ମହାରାଷ୍ଟ୍ରରୁ ପିଆଜ ଆମଦାନି ହ୍ରାସ ପାଇନଥିଲେ […]
ପିଆଜ ଦର ପୁଣି ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial