ସ୍କୁଲରେ ହେବ କୋଭିଡ୍‌ ପରୀକ୍ଷା

ସ୍କୁଲରେ ହେବ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର : ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ଅଛି। ପ୍ରଥମେ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି। ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ‌ଏବେ କିଛି ସ୍କୁଲ, କଲେଜକୁ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଆସୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ। ହେଲେ ଏହା ପୂର୍ବରୁ ସ୍କୁଲ, କଲେଜ କର୍ତ୍ତୃପକ୍ଷ ଚାହିଁଲେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ରାଜଧାନୀର କେତୋଟି ସ୍କୁଲରେ କ୍ୟାମ୍ପ କରି ଏହାର ନିକଟବର୍ତ୍ତୀ ସ୍କୁଲକୁ ଟ୍ୟାଗ୍‌ କରାଯିବ। ସେଠାରେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯାଇପାରିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିସନର କହିଛନ୍ତି ଯେ, ଏବେ ବିଏମ୍‌ସି କୋଭିଡ୍‌ ପରୀକ୍ଷା କମାଇନି। ଯେତେ ଲୋକ ଚାହିଁବେ ସେମାନଙ୍କର କରୋନା ପରୀକ୍ଷା କରିପାରିବେ। ସମସ୍ତ ୨୩ଟି ସିଏଚ୍‌ସି ଓ ପିଏଚ୍‌ସିରେ କରୋନା ପରୀକ୍ଷା ହେଉଛି। ପ୍ରତିଦିନ ୮ରୁ ୯ଟି କ୍ୟାମ୍ପ କରାଯାଉଛି। ବିଏମ୍‌ସି ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଯଦି ସବୁ ସ୍କୁଲ କଲେଜରେ କୋଭିଡ୍‌ ପରୀକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି କରିବେ ତେବେ ସେନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେବ। କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଆବାସିକ ସଂଘ, ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା ଯଦି ସେମାନଙ୍କର କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷା କରିବାକୁ ଚାହିଁବେ ତେବେ ଆମେ ସବୁ ପ୍ରକାରର ସହଯୋଗ ଯୋଗାଇଦେବୁ।

Share Now:

Kalinga News Beuro

Next Post

ହସ୍ପିଟାଲରେ ୭୦% ଶଯ୍ୟା ଖାଲି: ହଜାରେ କୋଭିଡ୍‌ ସିସିସି ଶଯ୍ୟା କମିଲା

Thu Oct 29 , 2020
ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଦିନକୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ର ଦୁଇଗୁଣା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ମୋଟ୍‌ ଆକ୍ରାନ୍ତଙ୍କର ୭୫% ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ଚିକିତ୍ସା ଅସୁବିଧା ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି କମିସନର କହିଛନ୍ତି ଯେ, କୋଭିଡ୍‌ ହସ୍ପିଟାଲରେ ଏବେ ସାଧାରଣ ୱାର୍ଡରେ ୩୦% ଶଯ୍ୟାରେ […]
ହସ୍ପିଟାଲରେ ୭୦% ଶଯ୍ୟା ଖାଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial