ଡିସେମ୍ବର ସୁଦ୍ଧା ମଡର୍ଣ୍ଣା, ଫାଇଜର ଟିକା

ଡିସେମ୍ବର ସୁଦ୍ଧା ମଡର୍ଣ୍ଣା, ଫାଇଜର ଟିକା

ନୁଆଦିଲ୍ଲୀ: ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ପ୍ରମୁଖ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ଫଳାଫଳ ଆଗାମୀ କେଇ ସପ୍ତାହ ଭିତରେ ହସ୍ତଗତ ହୋଇପାରିବ। ସବୁ କିଛି ଠିକ୍‌ଠାକ୍‌ ରହିଲେ ଆଗାମୀ ଡିସେମ୍ବର ସୁଦ୍ଧା ଏହି ଦୁଇ କମ୍ପାନି ସେମାନଙ୍କ ଟିକାର ବଜାର ପ୍ରବେଶ କରାଇପାରିବେ ବୋଲି ଆଶାବାଦୀ ଅଛନ୍ତି। ଆମେରିକା ଓ ୟୁରୋପରେ ଶୀତ ପଡ଼ୁପଡ଼ୁ ଅଭିନବ କରୋନାଭୂତାଣୁ ସଂକ୍ରମଣର ବ୍ୟାପକତା ବୃଦ୍ଧି ପରିପ୍ରେକ୍ଷୀରେ ମଡର୍ଣ୍ଣା ଓ ଫାଇଜର ଟିକା ଖୁବ୍‌ କାମରେ ଆସିବ ବୋଲି ଆଶା କରାଯାଉଛି। ପୂର୍ବରୁ ଅକ୍ଟୋବର ମାସ ଶେଷ ସୁଦ୍ଧା ନୈଦାନିକ ପରୀକ୍ଷଣ ଫଳାଫଳ ପାଇବାକୁ ଆକଳନ କରିଥିବା ଫାଇଜର କମ୍ପାନି ଚଳିତବର୍ଷ ସୁଦ୍ଧା ଆମେରିକାରେ ନିଜ ଟିକାର ୪ କୋଟି ମାତ୍ରା ଯୋଗାଇଦେବାକୁ ଆଶା ରଖିଛି। ସେହିପରି ମଡର୍ଣ୍ଣା କମ୍ପାନି ମଧ୍ୟ ଡିସେମ୍ବର ଭିତରେ ନିଜ ଟିକାର ୨ କୋଟି ମାତ୍ରା ବଜାରକୁ ଛାଡ଼ିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ବିଗତ ଦୁଇ ମାସ ହେଲା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚଳାଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ପ୍ରାରମ୍ଭରେ ସାମାନ୍ୟ ପ୍ରତିକୂଳ ପ୍ରତିକ୍ରିୟାକୁ ବାଦ୍‌ ଦେଲେ ତାହା ଅଦ୍ୟାବଧି ଫଳପ୍ରଦ ସାବ୍ୟସ୍ତ ହୋଇଛି। ତାହା ପ୍ରାପ୍ତବୟସ୍କ ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଉତ୍ତମ ରୋଗପ୍ରତିରୋଧକତା ସୃଷ୍ଟି କରିପାରୁଥିବା ସ୍ପଷ୍ଟ ହୋଇଛି। ସମ୍ପ୍ରତି ସାରା ବିଶ୍ବରେ ୧୫୦ରୁ ଅଧିକ ସଂଖ୍ୟକ କୋଭିଡ୍‌ ଟିକା ବିକଶିତ ହୋଇଥିବା ବେଳେ ସେଥିରୁ ୪୪ଟି ସେମାନଙ୍କ ନୈଦାନିକ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

Share Now:

Kalinga News Beuro

Next Post

ଫ୍ରାନ୍ସ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ମୁଣ୍ଡକାଟ, ଛୁରି ମାଡ଼ରେ ୩ ମୃତ

Fri Oct 30 , 2020
ନୂଆଦିଲ୍ଲୀ: ଫ୍ରାନ୍ସର ନାଇସ୍‌ ସହର ସ୍ଥିତ ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ‌ହୋଇଛି। ଅତି ବର୍ବର ଢଙ୍ଗରେ ଜଣେ ମହିଳାଙ୍କ ମୁଣ୍ଡକାଟ କରାଯାଇଛି ଏବଂ ଅନ୍ୟ ୨ ଜଣଙ୍କୁ ଛୁରି ମାରି ହତ୍ୟା କରାଯାଇଛି। ନୋଟ୍ରେ ଡାମ୍‌ ଚର୍ଚ୍ଚରେ ଏହି ଆକ୍ରମଣ ହୋଇଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ନିପାତ ହୋଇଛି। ନାଇସ୍‌ର ମେୟର ଖ୍ରୀଷ୍ଟିଆନ୍‌ ଏଷ୍ଟ୍ରୋସି ଉକ୍ତ ଆକ୍ରମଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଏଷ୍ଟ୍ରୋସି କହିଛନ୍ତି, […]
ଫ୍ରାନ୍ସ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial