ଥାଇଲାଣ୍ଡ‌ର ଅଠାଳିଆ ଜଳପ୍ରପାତ

ଅଠାଳିଆ ଜଳପ୍ରପାତ

ଥାଇଲାଣ୍ଡ: ଅଧିକାଂଶ ଜଳପ୍ରପାତ ଖସଡ଼ା। କେତେକ ଏତେ ଖସଡ଼ା ଯେ, ତଳୁ ଉପରକୁ ଚଢ଼ିବା ଅସମ୍ଭବ। ତେବେ, ଥାଇଲାଣ୍ଡ‌ରେ ଥିବା ବୁଆ ଥାଙ୍ଗ‌ ଜଳପ୍ରପାତ ଏକ ବ୍ୟତିକ୍ରମ। ଏହା ଉପରକୁ ଚଢ଼ିବା ବା ଓହ୍ଲାଇବା ବେଶ୍‌ ସହଜ। କୌଣସି ସ୍ବତନ୍ତ୍ର ଯନ୍ତ୍ରପାତିର ସହାୟତା ବିନା ଏହା ଉପରକୁ ଚଢ଼ାଯାଇପାରେ। ଏହି ପ୍ରପାତ ଚିଆଂ ମେଇ ପ୍ରଦେଶରେ ଅବସ୍ଥିତ।

ଯେଉଁ ପ୍ରସ୍ତର ଶଯ୍ୟା ଉପରେ ଏହା ପ୍ରବାହିତ, ତାହା ଅତି ଅଠାଳିଆ ହୋଇଥିବାରୁ ଚଢ଼ିବା ବେଳେ ଆଦୌ ପାଦ ଖସେନାହିଁ। ଏହା ଉପରକୁ ଉଠିବା ପାଇଁ କୌଣସି ସାବଧାନତା ଲୋଡ଼ାନାହିଁ। ଚୂନ ପଥର ଶଯ୍ୟା ଉପରେ ପ୍ରପାତ ତଳକୁ ଧାବମାନ। ପଥର ଉପରେ ଶିଉଳି ବସୁ ନ ଥିବାରୁ ପାଦ ଖସେନାହିଁ। ପାଣି ବେଶ‌ ସ୍ବଚ୍ଛ। ବୁଆ ଥଂଗ୍‌ ପ୍ରପାତ ଥାଇଲାଣ୍ଡ‌ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ।

Share Now:

Kalinga News Beuro

Next Post

ଓଡିଶା ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ବିୟୋଗ

Mon Nov 23 , 2020
ଭୁବନେଶ୍ୱର: ଗତ ରାତିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି। କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ରାଜ୍ୟର ‘ପ୍ରଥମ ମହିଳା’ ଶ୍ରୀମତୀ ସୁଶୀଳା ଦେବୀଙ୍କ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ […]
ସୁଶୀଳା ଦେବୀଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial