ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୪୦୦ ଗ୍ରାମ ସୁନା

ଜବତ ହେଲା ୪୦୦ ଗ୍ରାମ ସୁନା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଜଣେ ଯାତ୍ରୀଙ୍କ ପାଖରୁ ପାଖାପାଖି ୪୦୦ ଗ୍ରାମ ସୁନା ଜବତ କରାଯାଇଛି। ସୁନା ଚୋରା ଚାଲାଣ ହେଉଥିବାର ଖବର ପାଇବା ପରେ ପୁଲିସ ଆଜି ଏହି ସୁନା ଜବତ କରିଛି। ମିଳିଥିବା ସୂଚନା ମୁତାବକ ଚେନ୍ନାଇ ଯାଉଥିବା ଏ ଜୈନୁଲବାଦିନ ନାମକ ଯାତ୍ରୀ ଏହି ସୁନା ନେଇ ଯାଉଥିଲେ। ବିମାନବନ୍ଦରରେ ଲାଗିଥିବା ସ୍କାନର ଦେଇ ଯେତେବେଳେ ବ୍ୟକ୍ତିଜଣକ ଯାଇଥିଲେ ସେତେବେଳେ ତାଙ୍କ ଶରୀରରେ କିଛି ଜିନିଷ ଥିବା ନେଇ ସଙ୍କେତ ମିଳିଥିଲା। ଆଉ ସେଠାରେ ଥିବା ସୁରକ୍ଷା କର୍ମଚାରୀ ଯେତେବେଳେ ପୁନଃ ଯାଞ୍ଚ କରିଥିଲେ ସେତେବେଳେ ମଧ୍ୟ କୌଣସି ଓଜନିଆ ଜିନିଷ ଥିବା ନେଇ ସଂକେତ ମିଳିଥିଲା। ଏହା ପରେ ତାଙ୍କର ଯାଞ୍ଚ କରାଯାଇଥିଲା। ଏହା ପରେ ଏହି ବ୍ୟକ୍ତିଙ୍କ ଠାରୁ ଚାରିଟି ସୁନା ଖଣ୍ଡ ମିଳିଥିଲା। ଏହି ସୁନା ଖଣ୍ଡଗୁଡିକର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହୋଇଥିବାବେଳେ ସେ କେଉଁଠାରୁ ଏଗୁଡ଼ିକୁ ଆଣିଲେ ସେ ନେଇ ପଚରାଉଚୁରା ଜାରି ରହିଛି। ତେବେ ଅଧିକ ସୂଚନା ପାଇଁ ବର୍ତ୍ତମାନ ସୀମାଶୁଳ୍କ ଅଧିକାରୀ ଏବାବଦରେ ଛାନଭିନ ଚଳାଉଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଡଙ୍ଗା ଭସା ମନା: ବିଏମ୍‌ସି ଲଗାଇଲା କଟକଣା

Fri Nov 27 , 2020
ଭୁବନେଶ୍ବର: ରାଜଧାନୀରେ ଭସାଯିବନି ଡଙ୍ଗା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ବର ମହାନଗର ମଧ୍ୟରେ ଆସୁଥିବା କୌଣସି ଜଳାଶୟରେ ଡଙ୍ଗା ଭସାଇବାରେ ରୋକ୍‌ ଲଗାଇଛି ବିଏମ୍‌ସି। ବିନ୍ଦୁସାଗର ଓ ନଦୀଘାଟ ସମେତ ବିଏମ୍‌ସି ଅଞ୍ଚଳ ପରିସରରେ ଆସୁଥିବା କୌଣସି ଜଳାଶୟରେ ଡଙ୍ଗା ଭସାଇବାକୁ ଦିଆଯିବ ନାହିଁ। ଏନେଇ ଆଜି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଘାଟ ଓ ପୋଖରୀମାନଙ୍କରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। […]
ରାଜଧାନୀରେ ଡଙ୍ଗା ଭସା ମନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial