ଅମୀମାଂସିତ ଭାବେ ଶେଷ ହେଲା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୩ୟ ଟେଷ୍ଟ୍‍ ମ୍ୟାଚ

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‍ ମ୍ୟାଚ୍‌

ନୂଆଦିଲ୍ଲୀ: ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ ୫ ଦିନରେ ଅମୀମାଂସିତ ଭାବେ ଶେଷ ହୋଇଛି। ରବିବାର ସନ୍ଧ୍ୟା ବେଳେ ଚାଲିଥିବା ପଞ୍ଚମ ଦିନର ଏହି ମ୍ୟାଚ୍‌ରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ସୁନ୍ଦର ବ୍ୟାଟିଙ୍ଗ୍‌ ପ୍ରଦର୍ଶନ କରିବା ସହ ନଟ୍‌ ଆଉଟ୍‌ ରହିଛନ୍ତି। ୧୬୧ଟି ବଲ୍‌ର ସମୁଖୀନ ହୋଇ ବିହାରୀ ୨୩ ରନ୍‌ କରିଥିବା ବେଳେ ୧୨୮ ବଲ୍‌ ଖେଳି ଅଶ୍ୱିନୀ ୩୯ ରନ୍‌ ସଂଗ୍ରହ କରିଛନ୍ତି। ୧୩୧ ଓଭର୍‌ ଖେଳି ୫ ଓ୍ଵିକେଟ୍‌ ବିନିମୟରେ ଭାରତ ୩୩୪ ରନ୍‌ ସଂଗ୍ରହ କରିଛି। ଉଭୟ ଖେଳାଳି ୪୨.୪ ଓଭର୍‌ ଖେଳିଛନ୍ତି। ବିଜୟ ପାଇଁ ୩୦୯ ରନ୍‌ ଲକ୍ଷ୍ୟ ରଖି ଭାରତ ଦୁଇ ଓ୍ଵିକେଟ୍‌ ବିନିମୟରେ ୯୮ ରନ୍‌ ସଂଗ୍ରହ କରିଥିବା ବେଳେ ଚେତେଶ୍ୱର ପୂଜାରା ୨୦୫ ବଲ୍‌ରେ ୭୭ ରନ୍‌ ଓ ଋଷଭ ପନ୍ତ ୧୧୮ ବଲ୍‌ରେ ୯୭ ରନ୍‌ ସଂଗ୍ରହ କରି ଭାରତର ମୁକାବିଲାକୁ ଆଗେଇ ନେଇଥିଲେ। ଏହା ପୂର୍ବରୁ ସ୍କିପର୍‌ ଅଜିଙ୍କ୍ୟ ରାହାଣେ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ସିରିଜ୍‌ ୧-୧ରେ ସମତୁଲ ରହିବା ସହ ଜାନୁଆରି ୧୫ ତାରିଖରେ ଗ୍ୟାବାରେ ଆୟୋଜନ ହେବାକୁ ଥିବା ଚତୁର୍ଥ ତଥା ଚୂଡ଼ାନ୍ତ ମ୍ୟାଚ୍‌ରେ ପ୍ରବେଶ କରିଛି।

Share Now:

Kalinga News Beuro

Next Post

କୃଷି ଆଇନ କାର୍ଯ୍ୟକାରିତା ସ୍ଥଗିତ ରଖ ନଚେତ୍‌ ଆମେ ତାହାକୁ ସ୍ଥଗିତ କରାଇବୁ: ସୁପ୍ରିମ୍‌ କୋର୍ଟ

Mon Jan 11 , 2021
ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କର ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ତିନୋଟି ବିବାଦୀୟ କୃଷି ଆଇନ ପ୍ରଣୟନ ବନ୍ଦ ରଖାଯାଉ। ଏ ସଂକ୍ରାନ୍ତରେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରିବା ସମୟରେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ କହିଛନ୍ତି, କୁହନ୍ତୁ, ଆପଣ ଏହି ଆଇନ ସବୁକୁ ସ୍ଥଗିତ ରଖିବେ ନା, ଆମେ ସ୍ଥଗିତ କରାଇବୁ। ଏ କ୍ଷେତ୍ରରେ କେଉଁ […]
ସୁପ୍ରିମ୍‌ କୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial