ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ନୂଆ ପ୍ରସ୍ତାବ ଲାଗୁ ହେଲେ ତାହା ଋଣଧାରୀମାନେ ଉପକୃତ ହେବାର ସମ୍ଭାବନା ରହିଛି। ଆରବିଆଇ କହିଛି ଯେ ଋଣ ଖିଲାପ ପାଇଁ ବ୍ୟାଙ୍କମାନେ ଋଣଧାରୀଙ୍କ ଉପରେ ଲଗାଉଥିବା ପେନାଲଟି ବା ଜୋରିମାନା ବକେୟା ପ୍ରିନ୍ସିପାଲ (ମୂଳ)ରେ ଯୋଡ଼ାଯାଇପାରିବ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଋଣ ଖିଲାପ କ୍ଷେତ୍ରରେ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଅତିରିକ୍ତ ସୁଧକୁ ରୋକିବାରେ […]

ବେଙ୍ଗାଲୁରୁ: ପାନୀୟ ବୋତଲ କହିଲେ ଲୋକମାନଙ୍କ ମନକୁ ଆସୁଥିବା ସର୍ବପ୍ରଥମ ନାମ ହେଉଛି ବିସ୍‌ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହାନ ସମ୍ଭାଳି ପାରୁନାହାନ୍ତି। ଜାଣିବାକୁ ମିଳିଛି ଯେ ଏହାକୁ ଏବେ ତାଙ୍କ ଝିଅ ଜୟନ୍ତୀ ଚୌହାନ ସମ୍ଭାଳିବେ। ପୂର୍ବରୁ ସେ ଏହି ଦାଇତ୍ୱ ନେବାକୁ ରାଜି ହେଉନଥିଲେ। ୪୨ ବର୍ଷୀୟା ଜୟନ୍ତୀ ଏବେ […]

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଦୁଇ ଦିନ ହେଲା ପରିବା ଟ୍ରକ ଆସିପାରୁନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି। ଆଉ ଅଧେ ଟ୍ରକ ରାସ୍ତାରେ ଅଟକିଛି। ଏଣେ କିଛି ଟ୍ରକ୍ ଗନ୍ତବ୍ୟସ୍ଥଳରୁ ବାହାରି ପାରି ନଥିବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। […]

କଟକ: ଏବ‌ର୍ଷ ପିଆଜ ଅମଳ ଭଲ ହୋଇଛି। ପର୍ଯ୍ୟାପ୍ତ ଅମଳ ପାଇଁ ଜାଗା ମୁଣ୍ଡେ ଦର୍‌ କମ୍ ରହିଛି। ଉତ୍ପାଦନକାରୀଙ୍କ ଠାରୁ ବଡ଼ ବ୍ୟବସାୟୀମାନେ କମ୍ ଦରରେ କିଣୁଛନ୍ତି। ଏପରିକି ହୋଲ୍‌ସେଲ୍‌ ଦର ମଧ୍ୟ କମ୍ ରହିଛି। କିନ୍ତୁ ଖାଉଟିମାନଙ୍କ ପାଇଁ ବଜାର ଦର ଖସୁ ନାହିଁ। ଦୀର୍ଘଦିନ ହେଲା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ତଳକୁ ଆସୁ ନାହିଁ। ଏପରିକି କଟକ ସହରର କେତେକ ସ୍ଥାନରେ […]

ନୂଆଦିଲ୍ଲୀ: ଆମେରିକାରେ ପୁଣି ଆର୍ଥିକ ସଂକଟର ସଂକେତ ଦେଖାଦେଇଛି। ଆମେରିକାର ୧୬ତମ ବୃହତ୍ତମ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିପି)କୁ ବନ୍ଦ କରିବା ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ କବଳିତ କରିବାର ଆଶଙ୍କା ବଢିଯାଇଛି। ଏହି ଖବର ଆସିବା ମାତ୍ରେ ଭାରତ ସମେତ ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି ଓ ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା […]

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନ ନିର୍ମାତା ଓଲା ଗ୍ରାହକଙ୍କ ପାଇଁ ଏକ ନୂତନ ଗ୍ରାହକ ସଦସ୍ୟତା ଯୋଜନା ଆରମ୍ଭ କରିଛି। ଏହି ନୂତନ ସଦସ୍ୟତା ଯୋଜନାର ନାମ ହେଉଛି ଓଲା କେୟାର ସବସ୍କ୍ରିପସନ୍। ଓଲା କେୟାର ସବସ୍କ୍ରିପସନ୍ ୨ଟି ଯୋଜନା ଆରମ୍ଭ ଯେଉଁଥିରେ ଓଲା କେୟାର ଏବଂ ଓଲା କେୟାର ପ୍ଲସ ରହିଛି। ଉଭୟ ଯୋଜନାରେ ମୂଲ୍ୟରେ ପାର୍ଥକ୍ୟ ଅଛି, କିନ୍ତୁ ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରିକ୍ ଯାନ (ଇଭି) ର […]

ଭୁବନେଶ୍ୱର: ଟାର୍ଗେଟ୍‌ଠାରୁ ବହୁତ ପଛରେ ରାଜସ୍ୱ ଆଦାୟ ରହିଥିବାରୁ ବିଏମ୍‌ସିର ମୁଣ୍ଡ ବିନ୍ଧିଛି। ସପ୍ତାହକୁ ଥରେ ସମୀକ୍ଷା ହେଉଛି। ୱାର୍ଡ ଅଫିସରଙ୍କ ଉପରେ ଅଧିକାରୀମାନେ ବର୍ଷୁଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେଲେ ଦରମା ବନ୍ଦ କରିବୁ, ବଦଳି କରିବୁ, ଏଭଳି କେତେ କ’ଣ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଉଛନ୍ତି। ହେଲେ ମୂଳ ପ୍ରସଙ୍ଗକୁ ଯାଉ ନାହାନ୍ତି। ଫଳରେ ଏ ସବୁ ଚେତାବନୀ କିଛି କାମ କରୁନାହିଁ କି ହୋଲ୍ଡିଂ […]

ଗ୍ରାମାଞ୍ଚଳରେ ଚାଷୀଙ୍କ ଅତିରିକ୍ତ ଆୟ ସହ ବୃହତ୍‌ ନିଯୁକ୍ତି ସୃଷ୍ଟି କରିବ ଦୁଗ୍ଧଚାଷ: ମୁଖ୍ୟମନ୍ତ୍ରୀ ବଲାଙ୍ଗୀର: ଦେଶରେ ଡାଇରି କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ଏହି କ୍ଷେତ୍ରରେ ଏବେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଏହା ଦ୍ୱାରା ଗ୍ରାମାଞ୍ଚଳରେ ବୃହତ୍‌ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିବା ସହ ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟ, ରୋଜଗାର କରିବାର ମାଧ୍ୟମ ସାଜିବ। ବଲାଙ୍ଗୀରରେ ଆୟୋଜିତ ଦୁଇ ଦିନିଆ ଦୁଗ୍ଧଚାଷୀ ସମ୍ମିଳନୀକୁ ଉଦ୍‌ଘାଟନ […]

ଭୁବନେଶ୍ବର : ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨। ରିବନ କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଜାପାନ, ଜର୍ମାନୀ, ନରୱେ ଓ ନେପାଳର ରାଷ୍ଟ୍ରଦୂତଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଅତିଥି ଭାବେ ଉପସ୍ଥିତ ଥିଲେ। ଦେଶବିଦେଶର ଶିଳ୍ପପତିମାନଙ୍କୁ ନେଇ ଏହି ବହୁ ପ୍ରତୀକ୍ଷିତ ମହାସମାବେଶ ରାଜଧାନୀର ଜନତା ମଇଦାନରେ ଆରମ୍ଭ ହୋଇଛି। ଦେଶବିଦେଶରୁ ୧୦୦ରୁ […]

ନୂଆଦିଲ୍ଲୀ: ଭାରତୀୟ ସର୍ରାଫା ବଜାରରେ ଶୁକ୍ରବାର ସୁନାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ରୁପା ଦର ହ୍ରାସ ପାଇଛି। ୯୯୯ ଶୁଦ୍ଧତା ଥିବା ସୁନା ଦାମ ୫୨ହଜାରରେ ପହଞ୍ଚି ଯାଇଛି। ସେହିପରି ୯୯୯ଶୁଦ୍ଧତା ଥିବା ଏକ କିଲୋ ରୁପା ମୂଲ୍ୟ ୬୧ହଜାର ହୋଇଛି। ଏହାଫଳରେ ରୁପାର କୌଣସି ସାମଗ୍ରୀ କିଣିବାକୁ ଯୋଜନା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ରହିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ସକାଳେ ୯୯୫ଶୁଦ୍ଧତା ଥିବା […]

Social media & sharing icons powered by UltimatelySocial