ଋଣଧାରୀଙ୍କ ପାଇଁ ଆଶ୍ୱସ୍ତି : ବ୍ୟାଙ୍କଗୁଡ଼ିକୁ ଆରବିଆଇର ନିର୍ଦ୍ଦେଶ

ଋଣଧାରୀଙ୍କ ପାଇଁ ଆଶ୍ୱସ୍ତି

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ନୂଆ ପ୍ରସ୍ତାବ ଲାଗୁ ହେଲେ ତାହା ଋଣଧାରୀମାନେ ଉପକୃତ ହେବାର ସମ୍ଭାବନା ରହିଛି। ଆରବିଆଇ କହିଛି ଯେ ଋଣ ଖିଲାପ ପାଇଁ ବ୍ୟାଙ୍କମାନେ ଋଣଧାରୀଙ୍କ ଉପରେ ଲଗାଉଥିବା ପେନାଲଟି ବା ଜୋରିମାନା ବକେୟା ପ୍ରିନ୍ସିପାଲ (ମୂଳ)ରେ ଯୋଡ଼ାଯାଇପାରିବ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଋଣ ଖିଲାପ କ୍ଷେତ୍ରରେ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଅତିରିକ୍ତ ସୁଧକୁ ରୋକିବାରେ ସହାୟକ ହେବ। ରିଜର୍ଭ ବ୍ୟାଙ୍କ ‘ଫେୟାର ଲେଣ୍ଡିଂ ଆକ୍ଟିଭିଟିଜ୍ – ଲୋନ୍ ଆକାଉଣ୍ଟରେ ଦଣ୍ଡନୀୟ ଚାର୍ଜ’ ଶୀର୍ଷକ ଡ୍ରାଫ୍ଟ ସର୍କୁଲାରରେ କହିଛି ଯେ ଋଣ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତାବଳୀକୁ କିଛି ମାତ୍ରାରେ ଖିଲାପ/ଅନୁପାଳନ ନ କରିବା ପାଇଁ ଜୋରିମାନା ରାଶିର ପରିମାଣ ଆନୁପାତିକ ହେବା ଉଚିତ୍। ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅନୁଯାୟୀ, ବ୍ୟାଙ୍କମାନେ ପେନାଲଟି ଆଦାୟ ପାଇଁ ନିଜ ନିଜ ବୋର୍ଡ ଦ୍ୱାରା ଅନୁମୋଦିତ ନୀତି ଅନୁସାରେ ବି କାର୍ଯ୍ୟକାରୀ କରିପାରିବେ।
ଏହି କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏବେ ଏକ ଡ୍ରାଫ୍ଟ ଜାରି କରିଛି। ପେନାଲଟି ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି ଋଣଧାରୀଙ୍କ ମଧ୍ୟରେ ଋଣ ଶୃଙ୍ଖଳାର ଭାବନା ସୃଷ୍ଟି କରିବା ଏବଂ ଋଣଦାତାଙ୍କୁ ଉଚିତ କ୍ଷତିପୂରଣ ସୁନିଶ୍ଚିତ କରିବା ବୋଲି ଡ୍ରାଫ୍ଟରେ କୁହାଯାଇଛି। କିନ୍ତୁ ଏଥିରେ ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ପେନାଲଟି ଚୁକ୍ତିଭିତ୍ତିକ ସୁଧ ହାରଠାରୁ ଅଧିକ ରୋଜଗାର କରିବାର ମାଧ୍ୟମ ନୁହେଁ।

Share Now:

Kalinga News Beuro

Next Post

ଏନକାଉଣ୍ଟର କରିଥିବା ପୁଲିସ ଅଫିସରମାନଙ୍କୁ ଅତୀକର ଧମକ

Fri Apr 14 , 2023
ପ୍ରୟାଗରାଜ : ଗତ କାଲି ଅସଦ ଅହମ୍ମଦର ଏନକାଉଣ୍ଟପରେ ତା ବାପା ତଥା ମାଫିଆ ଡନ୍ ଅତୀକ ଅହମ୍ମଦ କାନ୍ଦି ପକାଇଥିଲା ଓ କହିଥିଲା ଯେ ପୁଅର ମୃତ୍ୟୁ ପାଇଁ ସେ ନିଜେ ଦାୟୀ। କିନ୍ତୁ ଆଜି ସେ ପ୍ରତିହିଂସା ପରାୟଣ ହୋଇପଡ଼ିଥିବା କୁହାଯାଉଛି ଓ ଯେଉଁ ପୁଲିସ ଅଧିକାରୀମାନେ ଏହି ଏନକାଉଣ୍ଟର କରିଛନ୍ତି ସେମାନଙ୍କୁ ଶେଷ କରିବାକୁ ଧମକ ଦେଇଛି।ଇଂଲାଜୀ ନ୍ୟୁଜ ଚ୍ୟାନେଲ ଟାଇମ୍ସ ନାଓରେ ପ୍ରସାରିତ ଏକ […]
ଏନକାଉଣ୍ଟର କରିଥିବା ପୁଲିସ ଅଫିସରମାନଙ୍କୁ ଅତୀକର ଧମକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial