ବ୍ୟବସାୟୀଙ୍କୁ ପଞ୍ଚସୂତ୍ର ନିୟମ ପାଳନ କରିବାକୁ କହିଲେ ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମ: ଗଞ୍ଜାମରେ ଗତ ୧୦ଦିନ ହେବ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ ପଜିଟିଭ୍‌ ମାମଲା ହ୍ରାସ ପାଇବାରେ ଲାଗିଛି। କରୋନା ସଂକଟ ସମୟରେ ଲୋକମାନେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରି ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରୁଥିବାରୁ କରୋନା ପଜିଟଭ୍‌ ମାମଲା ହ୍ରାସ ପାଇଛି। କରୋନା ଯୁଦ୍ଧରେ ସହଯୋଗ କରୁଥିବା […]

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୮ […]

ନୂଆ ପ୍ରାୟୋଜକ ପାଇଁ ୨ ଦିନରେ ଟେଣ୍ଡର ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି। ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ। ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ଆସନ୍ତା ଦୁଇ ଦିନ ମଧ୍ୟରେ ଟେଣ୍ଡର ଡାକିବ। ସୀମାରେ ଚୀନ ସେନାର […]

ଭୁବନେଶ୍ବର: ପାଖାପାଖି ୫ ମାସ ଧରି ରୋକ୍‌ ଲାଗିବା ପରେ ଏଏସ୍‌ଆଇ ଅଧୀନସ୍ଥ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ସ୍ମାରକୀ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ମାତ୍ର ପର୍ଯ୍ୟଟକଙ୍କ ଭିତରେ ପର୍ଯ୍ୟଟନସ୍ଥଳୀ ବୁଲିବାର ଭୋକ ଆଉ ଆଗଭଳି ନାହିଁ। କରୋନା ଲୋକଙ୍କ ମନରେ ଏତେ ଭୟ ସଞ୍ଚାର କରିଛି ଯେ ଲୋକେ ବୁଲିବା କଥା ଭୁଲି ଯାଇଛନ୍ତି। ଫଳରେ ଗତ ୫ ଦିନ ଭିତରେ କେବଳ ଖଣ୍ଡଗିରି-ଉଦୟଗିରିକୁ ‌୨୦ ଜଣ ପର୍ଯ୍ୟଟକ ଆସିଥିବା […]

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁ ନିକଟରୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମି ନିକଟରେ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ପାଇଥିଲେ। ଏହାର ଓଜନ ୭.୫ ଗ୍ରାମ୍‌ ହୋଇଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଏକ ମଶାଲ ଧରିଥିବା ଜଣେ ରାଜାଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵରେ କୌଣସି ପ୍ରାଣୀ କିମ୍ବା […]

ଭୁବନେଶ୍ବର: ସମୟ ସନ୍ଧ୍ୟା ୬ଟା। ଟ୍ରାଫିକ୍‌ ଛକମାନଙ୍କରେ ଅଟକିଯାଇଥିଲା ସବୁ ଗାଡ଼ି। ଝିପିଝିପି ବର୍ଷା ସତ୍ତ୍ୱେ ଗାଡ଼ିରୁ ଓହ୍ଲାଇ ନିରବ ମୁଦ୍ରାରେ ଦଣ୍ଡାୟମାନ ହୋଇଥିଲେ ଶହଶହ ଜନତା। କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ, ପ୍ରତିବଦ୍ଧତା, ନିଷ୍ଠା ଓ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବିଭିନ୍ନ ଛକମାନଙ୍କରେ ଦେଖିବାକୁ ମିଳିଥିଲା ଏଭଳି ଭବ୍ୟ ଓ କୃତଜ୍ଞତାର ଦୃଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଆଜି ସନ୍ଧ୍ୟା ୬ଟ‌ାରେ ଯିଏ ଯେଉଁଠାରେ ଥିଲେ ଅଟକିଯାଇଥିଲେ। କିଏ […]

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବାପା ଓ ଜେଜବାପା ଘରେ ଅଚଳ ଆଳି: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଘରେ ଅଚଳ ହୋଇ ବସିରହିଥିବା ବାପା ଓ ଜେଜବାପାଙ୍କ ସହିତ ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷିବା ପାଇଁ ଗାଁ, ବଜାର,ହାଟ ବୁଲିବୁଲି ପନିପରିବା ବିକି ପରିବାର ଚଳାଉଛନ୍ତି ମା’ଛେଉଣ୍ଡ ନାବାଳକ ଛୋଟ,ଛୋଟ ଦୁଇଭାଇ। କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକ ସିଙ୍ଗିରି ଗ୍ରାମର ପ୍ରମୋଦ ମଲିକ। ଗାଁ, ଗାଁ ବୁଲି […]

ନୂଆଦିଲ୍ଲୀ: ମୁମ୍ବାଇକୁ ତଦନ୍ତ ପାଇଁ ଯାଇଥିବା ବିହାର ପୁଲିସକୁ କ୍ବାରାଣ୍ଟିନ୍‌ରେ ରଖାଯିବା ଠିକ୍‌ ହୋଇନାହିଁ ବୋଲି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ କହିଛନ୍ତି। ମୁମ୍ବାଇ ପୁଲିସ ଭଳି ଏକ ଅଭିଜ୍ଞ ପୁଲିସ ବାହିନୀ ଏଭଳି କରିବା ଦ୍ବାରା ଠିକ୍‌ ବାର୍ତ୍ତା ଯାଇନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଅପରପକ୍ଷେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସତ୍ୟ ଉନ୍ମୋଚିତ ହେଉ ବୋଲି ସୁପ୍ରିମ୍‌ […]

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି। ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରିଶ ମୁର୍ମୁଙ୍କୁ ନୂଆ ସିଏଜି କରାଯାଇପାରେ। ତେବେ ରାଷ୍ଟ୍ରପତି ତାଙ୍କର ଇସ୍ତଫାକୁ ଗ୍ରହଣ […]

ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକ ଅଧିକ ସଂକ୍ରମିତ: ବିଏମ୍‌ସି ଭୁବନେଶ୍ୱର : ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏଠାରୁ ପ୍ରାୟ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯାହା ରାଜଧାନୀ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ମଙ୍ଗଳବାର ସାଲିଆସାହିରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାର ୧୦ଜଣ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ୨୧ଜଣ ଆକ୍ରାନ୍ତ ଚିହ୍ନଟ […]

Social media & sharing icons powered by UltimatelySocial