ୱାସିଂଟନ୍‌: ରୁଷ୍‌କୁ ଅସ୍ତ୍ରଶସ୍ତ୍ର ପଠାଇଛି କହି ଆଜି ହ୍ୱାଇଟ ହାଉସ୍‌ ଉତ୍ତର କୋରିଆ ଉପରେ ଦୋଷାରୋପ କରିବା ସହିତ ଏହାର ପ୍ରମାଣ ସ୍ୱରୂପ ‘ସାଟେଲାଇଟ୍‌’ଦ୍ୱାରା ଉତ୍ତୋଳିତ ଫଟୋ ମଧ୍ୟ ସେୟାର୍‌ କରିଛି। ଜାତୀୟ ସୁରକ୍ଷା ପରିଷଦ୍‌ର ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି ଯେ, ଅଳ୍ପ କେତେ ସପ୍ତାହ ହେବ ଉତ୍ତର କୋରିଆ ରୁଷ୍‌କୁ ୧୦୦୦ ‘କେଣ୍ଟନର୍‌’ ସାମରିକ ଉପକରଣ ଓ ଆଗ୍ନେୟାସ୍ତ୍ର ଡେଲିଭରି କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ସୂଚନା […]

ଭୟରେ ଘର ଛାଡ଼ୁଛନ୍ତି ଲକ୍ଷ ଲକ୍ଷ ଲୋକ ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଶନିବାର ୮ଦିନ ପୁରିଛି। ବର୍ତ୍ତମାନ ଏହି ଯୁଦ୍ଧ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ହମାସର ଆକ୍ରମଣ ପରେ ‌ଏବେ ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ୍। ଗାଜାରେ ଇସ୍ରାଏଲ୍ ସୈନ୍ୟବାହିନୀ ପ୍ରବେଶ କରି ଗାଜାକୁ ଚାରିପଟୁ ଘେରିବା ଆରମ୍ଭ କରିଛି। ଏୟାର ଷ୍ଟ୍ରାଇକ୍ ସହିତ ଇସ୍ରାଏଲ୍ ସେନା ବର୍ତ୍ତମାନ ଗାଜାରେ […]

ତେଲ୍‌ ଆଭିଭ୍‌: ନିଜ ସୁରକ୍ଷା ପାଇଁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣାଞ୍ଚଳକୁ ଚାଲିଯିବା ଲାଗି ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ ଆଜି ଗାଜାର ଉତ୍ତରାଞ୍ଚଳରେ ବସବାସ କରୁଥିବା ଜନତାକୁ କହିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି। ଏ ସଂକ୍ରାନ୍ତରେ ଜାତିସଂଘର ଜଣେ ମୁଖପାତ୍ର କହିଛନ୍ତି, ଏଭଳି ବିଜ୍ଞପ୍ତି ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ର ସମ୍ଭାବ୍ୟ ସ୍ଥଳଭାଗ ଆକ୍ରମଣକୁ ସୂଚାଉଛି। ୱାଦି ଗାଜାର ଉତ୍ତରାଞ୍ଚଳରେ ପ୍ରାୟ ୧.୧ ନିୟୁତ ପାଲେଷ୍ଟେନୀୟ […]

କାବୁଲ: ଆଜି ଆଫଗାନିସ୍ତାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ଜର୍ମାନ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଜିଓସାଇନ୍‌ସେସ୍‌’ (ଜିଏଫ୍‌ଜେଡ୍‌) କହିଛି। ‘ଜିଏଫ୍‌ଜେଡ୍‌’ ରିପୋର୍ଟ କରିଛି, ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୩। ଏହାର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। ଏହି ସଦ୍ୟ ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ଶନିବାର […]

ତେଲ୍ ଅଭିଭ୍ : ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଛି। ଏହି ଆକ୍ରମଣ ଫଳରେ ଗାଜା ସହର ଏକ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ଓ ମୃତ୍ୟୁସଂଖ୍ୟା ବଢି ଚାଲିଛି। ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଗାଜା ନିକଟରେ ହୋଇଥିବା ସଂଘର୍ଷରେ ୧୫୦୦ ହାମାସ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ ଗାଜା ସୀମାକୁ ନିଜ ନିୟନ୍ତ୍ରଣକୁ ନେଇଛି। ମଙ୍ଗଳବାର ସୁଦ୍ଧା ୧,୫୦୦ ହାମାସ ଆତଙ୍କବାଦୀଙ୍କ […]

ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍‌’ ନେତ୍ରୀ ନିକ୍କି ହେଲି କହିଛନ୍ତି। ରବିବାର ଦିନ ହେଲି ‘ଏନ୍‌ବିସି ନିଉଜ୍‌’କୁ କହିଛନ୍ତି, ହମାସ୍‌ ଓ ସେମାନଙ୍କୁ ସହଯୋଗ କରୁଥିବା ଇରାନୀୟ ଶାସନ ‘ଇସ୍ରାଏଲ୍‌ ମୁର୍ଦ୍ଦାବାଦ, ଆମେରିକା ମୁର୍ଦ୍ଦାବାଦ୍‌’ ବୋଲି ସ୍ଲୋଗାନ୍‌ ଦେଉଥିଲେ। ଏକଥା ଆମର ସ୍ମରଣ ଅଛି। ହମାସ୍‌, ହେଜ୍‌ବୋଲ୍ଲା, ହାଉତି ଓ ଇରାନୀୟ […]

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍‌ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍‌କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ହମାସ୍‌ ଓ ଇରାନ୍‌ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍‌ବୋଲ୍ଲାର ବରିଷ୍ଠ ସଦସ୍ୟମାନେ ଏକଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ କହିଛନ୍ତି। ଗତ ସପ୍ତାହରେ ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଆୟୋଜିତ ଏକ ବୈଠକରେ ମଧ୍ୟ ଇରାନ୍‌ ଏହି […]

କାବୁଲ: ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନର ହେରାତ୍‌ରେ ସଂଘଠିତ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୨୦୦୦ ଟପିଥିବା କଥା ଆଜି ଜଣେ ତାଲିବାନ ମୁଖପାତ୍ର କହିଛନ୍ତି। ଆଫଗାନିସ୍ତାର ସୂଚନା ଓ ସଂସ୍କୃତି ମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍‌ ୱହିଦ୍‌ ରେୟାନ୍‌ କହିଛନ୍ତି, ମୂଳ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ବାସ୍ତବ ମୃତ୍ୟୁସଂଖ୍ୟା ତା’ଠାରୁ ଢେର୍‌ ଅଧିକ। ପ୍ରାୟ ୧୨ଟି ଗାଁ ଧ୍ୱଂସ ହୋଇଯାଇଛି ଓ ଅସଂଖ୍ୟ ସାଧାରଣ ଜନତା ଭଗ୍ନସ୍ତୂପରେ ପୋତି […]

ତେଲ ଅଭିଭ୍ : ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହାମାସ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ। ହାମାସ ମାରିଥିବା ୪୦ ବଦଳରେ ୨୦୦ ପାଲେଷ୍ଟିନୀୟଙ୍କୁ ମାରିଛି ଇସ୍ରାଏଲ ସେନା। ଲଢୁଆ ବିମାନ, ଡ୍ରୋନ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଘନ ଘନ ଆକ୍ରମଣ ଚଳାଇଛି ଇସ୍ରାଏଲ। ଏହି ଆକ୍ରମଣରେ ୭୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି କେତେକ ଅନ୍ତର୍ଜାତୀୟ ଉଦ୍ଧାରକାରୀ ସଂଗଠନ ସୂଚନା […]

ନିଉଜିଲାଣ୍ଡ : ନିଉଜିଲାଣ୍ଡର ସାଉଥ୍‌ ଆଇଲ୍ୟାଣ୍ଡ ଉତ୍ତରକୁ ଥିବା ତାସମାନ୍‌ ଉପସାଗରରେ ରହିଥିବା ଏହି ପଥର ହେଉଛି ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣର ବିନ୍ଦୁ। ସ୍ଥାନୀୟ ଭାଷାରେ ‘ତୋକାଙ୍ଗାୱା’ ନାମରେ ପରିଚିତ ଏହି ପଥରଟି ଏକ ସେଓକୁ ମଝିରୁ ଦୁଇଫାଳ କଲା ଭଳି ଆକୃତି ଧାରଣ କରିଛି। କୈଟେର୍ଟରି ଓ ମାରାହାଉ ଉପକୂଳ ମଧ୍ୟରେ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ଏହି ବିଚିତ୍ର ପଥରଟି ଦୁଇ କୋଟି ବର୍ଷ ତଳେ […]

Breaking News

Most Read

Social media & sharing icons powered by UltimatelySocial