ଭୁବନେଶ୍ୱର: ଦୂରତା ରଖିବା ଏବଂ ଅଧିକ ଲୋକ ଯେପରି ଗୋଟିଏ ସ୍ଥାନରେ ରୁଣ୍ଡ ନହେବେ, ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ପାର୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଡିଏ କର୍ତ୍ତୃପକ୍ଷ ପରୀକ୍ଷାମୂଳକ ଭାବେ ରବିବାରଠାରୁ ୟୁନିଟ୍‌-୬ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ତଥା ଫରେଷ୍ଟ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଡିଏର ପାର୍କ ଦାଇତ୍ୱରେ ଥିବା ଏ.ଏନ୍‌ ଧରଙ୍କ ସୂଚନା ଅନୁଯାୟୀ, ଏବେ କେବଳ ଫରେଷ୍ଟ ପାର୍କକୁ ପରୀକ୍ଷାମୂଳକ ଭାବେ […]

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍‌ ଅଭି‌ନେତା କିରନ କୁମାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ନିଜକୁ ୧୦ ଦିନ ଧରି ସେଲ୍‌ଫ କ୍ଵାରେଣ୍ଟାଇନରେ ରଖିଥିଲେ। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଅଭିନେତା ଜଣକ ନିଜେ କରୋନା ଭାଇରସ୍‌ ଆକ୍ରାନ୍ତ ବୋଲି ଖୁଲାସା କରିଛନ୍ତି। ସେ ତାଙ୍କର ଭିନ୍ନ ଏକ ଅସୁସ୍ଥତା କାରଣରୁ ହସ୍ପିଟାଲ୍‌ ଯାଇଥିଲେ ଓ ସେଠାରେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ […]

ପ୍ରତି ୩୦ମିନିଟ ପରେ ସାଇକେଲ୍‌ ଲକ୍ ନକଲେ ଭଡ଼ା ପଡ଼ିବ ଭୁବନେଶ୍ୱର: ଲକ୍‌ଡାଉନ୍ ହେବା ଦିନଠାରୁ ଅଚଳ ହୋଇ ପଡ଼ିଥିବା ‘ମୋ ସାଇକେଲ୍‌’ ପୁଣି ଗଡ଼ିବ। ସୋମବାରଠାରୁ ୩୦୦ଟି ‘ମୋ ସାଇକେଲ୍‌’ ୫୦ଟି ପବ୍ଲିକ ବାଇ‌କ୍‌ ସେୟାରିଙ୍ଗ୍‌ (ପିବିଏସ୍‌) ଷ୍ଟେସନ୍‌ରେ ଉପଲବ୍ଧ ହେବ। ଲୋକମାନେ ମୋ ସାଇକେଲ୍‌ ଆପ୍‌ରେ ଲକ୍‌ ଖୋଲି ସାଇକେଲ୍‌ ଚଲାଇ ପାରିବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ପ୍ରାୟ ୫୦ ଦିନ ମୋ ସାଇକେଲ୍‌ ଗଡ଼ି […]

ଆରମ୍ଭ ହେଲା ଜିଆଇଏସ ମ୍ୟାପିଂ ସିଷ୍ଟମ ଭୁବନେଶ୍ୱର: ସମଗ୍ର ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଅଣ୍ଟା ଭିଡିଛି। କୋଭିଡ ପଞ୍ଜିକରଣ ହେଉ ବା କ୍ଵାରେଣ୍ଟିନ ସେଣ୍ଟର ବାବଦରେ ତଥ୍ୟ ଜାଣିବାକୁ ହେଉ ଏହି ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବାବଦରେ ଆଜି ବିସ୍ତୃତ ତଥ୍ୟ ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର। ତେବେ ରାଜ୍ୟ ସରକାର ଏବେ […]

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ସମୟରେ ଅଧିକାଂଶ ଲୋକ ଘରେ ରହି ଲକ୍‌ଡାଉନ୍‌ ନିୟମ ପାଳନ କରୁଛନ୍ତି। ଏହି ସମୟରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ହଠାତ ଲକ୍‌ଡାଉନ୍‌ କାରଣରୁ ଫସି ରହିଛନ୍ତି। ଫସି ରହିଥିବା ଲୋକମାନେ ଘରକୁ କିପରି ବାହୁଡ଼ିବେ ତାହାକୁ ବ୍ୟାକୁଳ ହୋଇ ସେମାନେ ଅପେକ୍ଷା କରି ରହିଛନ୍ତି। ଏମିତି ଏକ […]

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ କିଂବଦନ୍ତି ଅଭିନେତା ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରକୃତ ‘ଚକ୍‌ଲିଟ୍ ବୟ’ ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ‘ଶ୍ରୀ୪୨୦’ ଏବଂ ‘ମେରା ନାମ୍ ଜୋକର୍’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ଅଭିନୟ କରିଥିବା ଋଷି କପୁର ୧୯୭୩‌ ମସିହାରେ ମୁକ୍ତିଲାଭ କରିଥିବା ‘ବବି’ ଚଳଚ୍ଚିତ୍ରରେ ପ୍ରଥମେ ନାୟକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ଏବଂ ସେଥିରେ ଅଭିନୟ ପାଇଁ ୧୯୭୪ରେ ତାଙ୍କୁ ମିଳିଥିଲା […]

ଶୋକ ଜଣାଇ ଟୁଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୁମ୍ବାଇ: ଅନ୍ତଃନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ସମାଚାର ଚଳଚ୍ଚିତ୍ର ନିର୍ମାତା ସୁଜିତ୍ ସରକାର୍ ଟୁଇଟର୍‌ରେ […]

ନ୍ୟୁୟର୍କ: ଆସନ୍ତାକାଲି ପୃଥିବୀ ଠାରୁ ଖୁବ ନିକଟ ଦେଇ ଗତି କରିବ ଏକ ବିଶାଳ ଉଲକା ପିଣ୍ଡ। ୨୯ ଏପ୍ରିଲରେ ପୃଥିବୀର ଖୁବ ନିକଟକୁ ଆସିବ ଏହି ଉଲକା ପିଣ୍ଡ। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ହେବ। ତଥାପି, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଉଲକା ପୃଥିବୀକୁ ଆସିବାର ସମ୍ଭାବନା […]

ସାହିତ୍ୟ ଓ ଚଳଚିତ୍ର ଜଗତର ଅପୂରଣୀୟ କ୍ଷତି,ମହାଦ୍ରୁମଙ୍କ ସମ୍ପର୍କରେ କିଛି… ଭୁବନେଶ୍ୱର:୧୯୪୦-୪୨ ମସିହାର କଥା। ଏକ ଯାତ୍ରା ଦଳ ତାଙ୍କ ଘରେ ରହି ରିହର୍ସାଲ କରୁଥାଏ। ସେଇ ରିହର୍ସାଲ ହିଁ ବିଜୟଙ୍କ ଭିତରେ ବୁଣା ହେଇଥିଲା ଲେଖିବାର ମଞ୍ଜି। ଯାତ୍ରା ଦଳ ଭାଙ୍ଗିଗଲା, ଯିଏ ଯୁଆଡ଼େ ଚାଲିଗଲେ। ଅଥଚ ବିଜୟଙ୍କ ଭିତରେ ଯୋଉ ନିଆଁ ଜଳିଲା, ତାହା ଆଉ ଲିଭିଲାନି। ସେଇଠୁ ସେ କେବେ ‘ଯାଯାବର’ ପାଲଟିଲେ ତ ପୁଣି […]

ରାୟଗଡ଼ା: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ସାହାନାଇ ବାଜିଥାନ୍ତା। ଭୋଜିଭାତ ରୋଷଣିରେ ପରିବାର ଉତ୍ସବମୁଖର ହୋଇଥାନ୍ତା। ଧୁମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିଲା। କିନ୍ତୁ ଜାତୀୟ ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ଉଚିତ୍ ମନେ କରି ବିବାହ ଉତ୍ସବକୁ ବାତିଲ୍ କରିଛନ୍ତି ଦୁଇ ଯୁବ ପୁଲିସ୍ ଅଫିସର୍। ରାୟଗଡ଼ା ଟାଉନ୍ ଥାନାର ଦୁଇ ଏସଆଇ ଜୟସ୍ମିତା ବେହେରା ଓ ମାନସ କୁମାର ସାହୁଙ୍କ ଏପରି ନିଷ୍ପତ୍ତିକୁ ପୁଲିସ୍ […]

Breaking News

Most Read

Social media & sharing icons powered by UltimatelySocial