ରାଜ୍ୟରେ ବୃଦ୍ଧି ପାଇଲା କୁମ୍ଭୀର ସଂଖ୍ୟା

ରାଜ୍ୟରେ ବୃଦ୍ଧି ପାଇଲା କୁମ୍ଭୀର ସଂଖ୍ୟା

ଭୁବନେଶ୍ବର: ଚଳିତ ବର୍ଷ ସାତକୋଶିଆରେ ମଗର ପ୍ରଜାତି କୁମ୍ଭୀର ସଂଖ୍ୟା ହ୍ରାସ ପାଇଥିବା ବେଳେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୬୨ ବୃଦ୍ଧି ପାଇଥିବା ଗଣନାରୁ ଜଣାପଡ଼ିଛି। ଗଣନା ରିପୋର୍ଟ ଅନୁସାରେ, ଭିତରକନିକା ଓ ଭଦ୍ରକ ଜିଲ୍ଲାରେ ଦେଖା ଦେଉଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଏ ବର୍ଷ ୧୮୩୦ରେ ପହଞ୍ଚିଛି। ଗତ ବର୍ଷ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୭୬୮ ରହିଥିଲା। ସେହିପରି ଶିମିଳିପାଳରେ ଏ ବର୍ଷ ଯେତିକି ସଂଖ୍ୟାରେ ମଗର ଅଛନ୍ତି ଗତବର୍ଷ ମଧ୍ୟ ସେତିକି ଥିଲେ। ଗଣନା ସମୟରେ ଏ ବର୍ଷ ୮୦ଟି ମଗର ଥିବା ଜଣାପଡ଼ିଛି। ସାତକୋଶିଆରେ ଏ ବର୍ଷ ୧୧୩ଟି ମଗର ଥିବା ବେଳେ ଗତବର୍ଷ ୧୯୫ଟି ମଗର ରହିଥିଲେ। ତେବେ ମଗର ସଂଖ୍ୟାରେ ହ୍ରାସ ପାଇଛି। ଏଥିସହିତ ଗଞ୍ଜାମ ଘୋଡାହାଡରେ ଏ ବର୍ଷ ୬୫ଟି ମଗର ଥିବା ବେଳେ ଗତବର୍ଷ ଏ ସଂଖ୍ୟା ୭୨ ରହିଥିଲା। ସେହିପରି ମହାନଦୀରେ ଘଡିଆଳ କୁମ୍ଭୀର ସଂଖ୍ୟା ଏ ବର୍ଷ ୧୧ରେ ପହଁଞ୍ଚିଥିବା ବେଳେ ଗତବର୍ଷ ୮ଟି ଘଡ଼ିଆଳ କୁମ୍ଭୀର ରହିଥିଲେ ବୋଲି ପିସିସିଏଫ ଶଶୀ ପଲ କହିଛନ୍ତି।

Share Now:

Kalinga News Beuro

Next Post

ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ଘେରି ଯାଇ ନିର୍ଧୁମ ଛେଚିଲେ ଗ୍ରାମବାସୀ

Wed Feb 24 , 2021
ବାଲିପାଟଣା : ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ ଆଜି ଜଣେ ଯୁବକଙ୍କୁ ପିଲା ଚୋରି ଅଭିଯୋଗରେ ସ୍ଥାନୀୟ ଲୋକେ ନିର୍ଧୁମ ଛେଚି ପୁଲିସ ଜିମା ଦେଇଛନ୍ତି। ଯୁବକ ଜଣକ ହେଉଛନ୍ତି ବାଲିଅନ୍ତା ଥାନା ସରକଣା ଗ୍ରାମର ଶରତ ଚନ୍ଦ୍ର ବେହେରା( ୨୪ )। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୨ ଟା ସମୟରେ ଡେରାସାହି ଗ୍ରାମର ଶରତ ଦାସଙ୍କ ପୁଅ ଦୀପକ ଦାସ (୧୦ ) ଗାଁ ଦାଣ୍ଡରେ […]
ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ଘେରି ଯାଇ ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial