ଭୁବନେଶ୍ୱର: ଏକା ରହୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅସୁବିଧା ଥିଲେ ବରିଷ୍ଠ ନାଗରିକ ୧୯୨୯କୁ କଲ କରିପାରିବେ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟିମ୍ ଯାଇ ଘରଠୁ ନମୁନା ସଂଗ୍ରହ କରିବେ। ବିଏମ୍ସି କମିସନର ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଆସନ୍ତା ସୋମବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ସେହିପରି ସୋମବାର ଠାରୁ ବିଏମ୍ସି ଅଂଚଳରେ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲାଯିବ। ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା ଚାଲିଛି। ଟିକାକରଣରେ ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟବସ୍ଥା କରାଯିବ। ବିଏମ୍ସି କମିସନର କହିଛନ୍ତି ଯେ, କରୋନା ଲଢ଼େଇରେ ପ୍ରଶାସନକୁ ଜନସାଧାରଣ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି। ଲକଡାଉନ ଓ ସଟଡାଉନକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବା ନାହିଁ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା। ବାହାରୁ ଫେରିଲେ ହାତ ଧୋଇବା। କୋଭିଡ ଲକ୍ଷଣ ଦେଖାଗଲେ ବିଏମ୍ସି କଲ ସେଣ୍ଟର ସହ ଯୋଗାଯୋଗ କରିପାରିବେ ବିଏମସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଏବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱରରେ ବେଡ ସଂଖ୍ୟା ବଢ଼ାଇବାକୁ ଆମେ ନଜର ରଖିଛୁ। ମେଡିକାଲ ଅକ୍ସଜେନ ସିଲିଣ୍ଡର ବ୍ୟବସ୍ଥା କରାଯାଉଛି।
ବରିଷ୍ଠ ନାଗରିକଙ୍କ କରୋନା ଟେଷ୍ଟିଂ ଲାଗି ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା: ବିଏମ୍ସି କମିସନର

Share Now: