ସତ୍ୟନଗର ଶ୍ମଶାନର ୪ କର୍ମଚାରୀ କରୋନା ଆକ୍ରାନ୍ତ

ସତ୍ୟନଗର ଶ୍ମଶାନର ୪ କର୍ମଚାରୀ ଆକ୍ରାନ୍ତ

ଭୁବନେଶ୍ବର : ସତ୍ୟନଗର ଶ୍ମଶାନରେ କୋଭିଡ୍‌ ଡ୍ୟୁଟି କରୁଥିବା ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ତିନିଜଣ ଅଧିକାରୀ ଥିବା ବେଳେ ଜଣେ କିରାଣୀ ଅଛନ୍ତି। ସେମାନେ ରବିବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ହେଲେ ଏହାଦ୍ବାରା ଶବ ସତ୍କାରରେ କୌଣସି ସମସ୍ୟା ହେଉନି କି ହେବ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସିରୁ ମିଳିଥିବା‌ ସୂଚନା ଅନୁଯାୟୀ, ଏବେ ୪ଜଣ ଲୋକ ସତ୍ୟନଗର ଶ୍ମଶାନରେ ଶବଦାହ କରୁଥିବା ବେଳେ ହସ୍ପିଟାଲରୁ ଶ୍ମଶାନରେ ଶବ ପହଞ୍ଚାଇବା, ସମସ୍ତ କାଗଜପତ୍ର କରିବା ପାଇଁ ୧୧ଜଣ କର୍ମଚାରୀ ଅଛନ୍ତି। ଏଥିରେ ବିଏମ୍‌ସିର ୪ଜଣ କର୍ମଚାରୀ, ୪ଜଣ ଏଏସ୍ଓ, ଜଣେ କିରାଣୀ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର୍‌। ଏଥିରୁ ୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ମୃତକଙ୍କ କୌଣସି ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଯଦି ଆଉ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହେବେ, ତେବେ ସତ୍ୟନଗର ଶ୍ମଶାନରେ ଶବଦାହ ନେଇ ସମସ୍ୟା ଉପୁଜିପାରେ।

Share Now:

Kalinga News Beuro

Next Post

ନିୟମ ରାଜା ଉପରେ ବିଶ୍ଵାସ: କୋଭିଡ୍ ଟେଷ୍ଟିଂକୁ କଲେ ବିରୋଧ

Tue May 18 , 2021
ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ। ଆମର କିଛି ହେବ ନାହିଁ। କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ। ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା କଣ ଏମାନଙ୍କୁ ଅଜଣା। ମହାମାରୀ ଏମାନଙ୍କ ପାଇଁ ଶବ୍ଦରେ ହିଁ ସୀମିତ। କେବଳ ଲୋକେ ନୁହଁନ୍ତି, ବରଂ ଗାଁ ସରପଞ୍ଚ ମଧ୍ୟ ନିୟମ ରାଜାଙ୍କ ଉପରେ ସବୁକିଛି ଛାଡି ଦେଇ କୋଭିଡ୍ […]
ନିୟମ ରାଜା ଉପରେ ବିଶ୍ଵାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial