ଆତଙ୍କ ସୃଷ୍ଟି କରୁଛି ବ୍ଲାକ୍‌ ଫଙ୍ଗସ୍‌: ୩ ଶିଶୁଙ୍କ ଜୀବନ ବଞ୍ଚାଇବାକୁ ବାହାର କରାଗଲା ଆଖି

ବ୍ଲାକ୍‌ ଫଙ୍ଗସ୍‌

ମୁମ୍ବାଇ : ମୁମ୍ବାଇରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତ ହୋଇଥିବା ୩ ଶିଶୁଙ୍କ ଜୀବନ ବଞ୍ଚାଇବା ଲାଗି ସେମାନଙ୍କ ଆଖି ବାହାର କରାଯାଇଛି। ୪, ୬ ଏବଂ ୧୪ ବର୍ଷର ୩ ଜଣ ଶିଶୁଙ୍କର ମୁମ୍ବାଇର ଦୁଇଟି ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଦୁଇ ଜଣ ଶିଶୁଙ୍କର ଡାଇବେଟିସ୍ ନଥିବା ବେଳେ ୧୪ ବର୍ଷୀୟ ଶିଶୁର ଡାଇବେଟିସ୍‌ ଅଛି। ଅନ୍ୟପକ୍ଷେ ଆଉ ଜଣେ ୧୬ ବର୍ଷର ଶିଶୁ କୋଭିଡ୍‌ରୁ ସୁସ୍ଥ ହେବାପରେ ମଧୁମେହର ଶିକାର ହୋଇଛି। ଉକ୍ତ ଶିଶୁର ପାକସ୍ଥଳିର କିଛି ଅଂଶ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତ ହୋଇଛି ବୋଲି ଡାକ୍ତରମା‌ନେ କହିଛନ୍ତି।
ଫୋର୍ଟିସ୍‌ ହସ୍ପିଟାଲ୍‌ର ବରିଷ୍ଠ ଡାକ୍ତର ଜେସାଲ୍‌ ସେଠ୍‌ କହିଛନ୍ତି ଯେ ଦ୍ବିତୀୟ ଲହରରେ ୨ଜଣ ଝିଅ ବ୍ଲାକ୍‌ ଫଙ୍ଗସ୍‌ରେ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କର ଡାଇବେଟିସ୍‌ ରହିଛି। ଜଣେ ୧୪ ବର୍ଷୀୟ ଶିଶୁ ହସ୍ପିଟାଲ୍‌ ଆସିବାର ୪୮ ଘଣ୍ଟା ମଧ୍ୟରେ ତା’ର ଆଖି ବାହାର କରାଯାଇଛି। ଫଙ୍ଗସ୍‌ ନାକକୁ ମଧ୍ୟ ବ୍ୟାପିଯାଇଥିବା ଜଣାପଡ଼ିଲା। ତେବେ ସୌଭାଗ୍ୟବଶତଃ ଏହା ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ୬ ସପ୍ତାହ ପର୍ଯ୍ୟନ୍ତ ତାକୁ ଚିକିତ୍ସା କରାଯାଇଥିଲେ ମଧ୍ୟ ତା’ର ଆଖି ୨ଟି ନଷ୍ଟ ହୋଇଗଲା। ସେହିଭଳି ୪ ଓ ୬ ବର୍ଷର ଦୁଇ ଶିଶୁ ମୁମ୍ବାଇର କେବିଏସ୍‌ ଏବଂ ଇଏନ୍‌ଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ଆଖି‌ରେ ବ୍ଲାକ୍‌ ଫଙ୍ଗସ୍‌ ମାଡ଼ି ଯାଇଥିଲା। ଅପରେସନ୍‌ କରିନଥିଲେ ‌ସେମାନଙ୍କ ଜୀବନ ବିପଦରେ ପଡ଼ି ଯାଇଥାନ୍ତା ବୋଲି ଡାକ୍ତର କହିଛନ୍ତି। ମଧୁମେହ ଏବଂ ଅନ୍ୟାନ୍ୟ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ସାଧାରଣତଃ ବ୍ଲାକ୍‌ ଫଙ୍ଗସ୍‌ର ଶିକାର ହେଉଛନ୍ତି। ଜଣେ କରୋନାରୁ ସୁସ୍ଥ ହେବାପରେ ମଧ୍ୟ ବ୍ଲାକ୍‌ ଫଙ୍ଗସ୍‌ର ଶିକାର ହେଉଛନ୍ତି।

Share Now:

Kalinga News Beuro

Next Post

ଶିଶୁପାଳଗଡ଼ ସୁରକ୍ଷା ବିରୋଧରେ ଷଡ଼ଯନ୍ତ୍ର : କୁଆଡ଼େ ଗଲା ୫୬୧ ଏକର ଜମି ?

Fri Jun 18 , 2021
ଆମ୍‌ସାର ଆକ୍ଟ ଲାଗୁ କରିବାକୁ ବିକ୍ଷୋଭ ପୁରୁଣା ଭୁବନେଶ୍ବର: ଐତିହାସିକ କ୍ଷେତ୍ର ଶିଶୁପାଳଗଡ଼ର ସୁରକ୍ଷା ବିରୋଧରେ ବିରାଟ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି। ଏହି ଗଡ଼ର ୫୬୨ ଏକର ଜମିରୁ ମାତ୍ର ୭୭୫ ଡିସିମିଲି ଜମିକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ମାପଚୁପ କରି ଦଖଲ କରିଥିବା ବେଳେ ବାକି ୫୬୧ ଏକରରୁ ଅଧିକ ଜମି କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଆନସିଏଣ୍ଟ୍‌ ମନୁମେଣ୍ଟସ୍‌ ଆଣ୍ଡ୍‌ ଆର୍କିଓଲୋଜିକାଲ୍‌ ସାଇନ୍ସ୍‌ ଆଣ୍ଡ […]
ଶିଶୁପାଳଗଡ଼ ସୁରକ୍ଷା ବିରୋଧରେ ଷଡ଼ଯନ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial