ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୧ ଜଣ ଆକ୍ରାନ୍ତ ଚିହ୍ନଟ

ବଢ଼ିବାରେ ଲାଗିଛି କରୋନା

ଭୁବନେଶ୍ବର: ଧୀରେ ଧୀରେ ବଢ଼ିବାରେ ଲାଗିଛି ରାଜ୍ୟରେ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ। ୦-୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୪ ଜଣ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମଣ ସଂଖ୍ୟା ୧୨୮୯୬୦୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୨୭୯୭୯୪ ଓ ଏବେ ବି ସକ୍ରିୟ ଅଛନ୍ତି ୬୨୯ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ୪୯ ଜଣ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟର ୧୫ଟି ଜିଲ୍ଲାରୁ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୫ଟି ଜିଳ୍ଲାରେ ସଂକ୍ରମଣ ନାହିଁ। ଖୋର୍ଦ୍ଧା ଜିଲ୍ଳରୁ ସର୍ବାଧିକ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୮ ଜଣ, ଭଦ୍ରକରୁ ୩ ଜଣ, କଟକରୁ ୩୨ ଜଣ, ଜଗତ୍‌ସିଂହପୁରରୁ ୩ ଜଣ, ଯାଜପୁରରୁ ୨ ଜଣ, ଝାରସୁଗୁଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୫ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ଜଣେ, ସୋନପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟ୍‌ପୁଲ୍‌ ୧୫ ଜଣ ସଂକ୍ରମିତ ଚିହ୍ନଟ ‌ହୋଇଛନ୍ତି।

Share Now:

Kalinga News Beuro

Next Post

ନବଯୌବନ ଦର୍ଶନ ବେଳେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ

Wed Jun 29 , 2022
ପୁରୀ: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥି ପାଇଁ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି। ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଉତ୍କଣ୍ଠା ରହିଛି। ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ କରୁଛନ୍ତି ଭକ୍ତ। ଏହାରି ଭିତରେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ ଆସିଛି। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ବାହାରେ ଗୁମାସ୍ତାମାନେ ଟିକେଟ ବ୍ଲାକ କରୁଥିବା ପରି ସାଂଘାତିକ […]
ବ୍ଲାକରେ ପାରମାଣିକ ଟିକେଟ ବିକ୍ରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial