ଗାଁ ଗାଁରେ ପହଞ୍ଚିବ ଇଣ୍ଟରନେଟ : ଭାରତନେଟ ପାଇଁ ୧୯ ହଜାର କୋଟି ମଞ୍ଜୁର

ଗାଁରେ ପହଂଚିବ ଇଣ୍ଟରନେଟ

ନୂଆଦିଲ୍ଲୀ: ଏଣିକି ଗାଁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ ସୁବିଧା। ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଦେଶର ୧୬ଟି ରାଜ୍ୟରେ ଭାରତନେଟ ପାଇଁ ୧୯,୦୪୧ କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁର କରାଯାଇଛି। ଦେଶର ୧୬ଟି ରାଜ୍ୟର ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସୁବିଧା ଯୋଗାଇବା ପାଇଁ ପିପିପି ମଡେଲ ମାଧ୍ୟମରେ ଭାରତନେଟ କାର୍ଯ୍ୟକାରିତା ରଣନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଇନଫର୍ମେଶନ ହାଇୱେରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚିବା ପାଇଁ ସରକାର ଏହି ଦିଗରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଅଗଷ୍ଟ ୧୫ରେ, ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୦୦୦ ଦିନ ମଧ୍ୟରେ ୬ ଲକ୍ଷ ଗାଁ ଭାରତନେଟ ମାଧ୍ୟମରେ ଅପ୍ଟିକାଲ ଫାଇବର ବ୍ରଡବ୍ୟାଣ୍ଡ ପାଇବ।

Share Now:

Kalinga News Beuro

Next Post

ଷ୍ଟେସନ୍‌ରୁ ଗଞ୍ଜେଇ ସହ ଧରାହେଲେ ୨ କିନ୍ନର

Wed Jun 30 , 2021
ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗଞ୍ଜେଇ ଚୋରା ଚାଲାଣ ବେଳେ ପୁରୁଷ, ମହିଳା ବାରମ୍ବାର ଧରାପଡ଼ିବା ପରେ ଅନ୍ତଃରାଜ୍ୟ ବେପାରୀ ଏବେ କିନ୍ନରଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରେନ୍‌ରେ ଗଞ୍ଜେଇ ନେଇ ଅହମ୍ମଦାବାଦ ବାହାରୁଥିବା ବେଳେ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଦୁଇଜଣ କିନ୍ନରଙ୍କୁ ଧରିଛି। ସେମାନଙ୍କ ପାଖରେ ଥିବା ହ୍ୟାଣ୍ଡବ୍ୟାଗ ଓ ସୁଟ୍‌କେସ୍‌ରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ପୁରୀ ଗୁଜରାଟ ଗାନ୍ଧୀଧାମ ଏକ୍ସପ୍ରେସରେ ସେମାନେ […]
ଷ୍ଟେସନ୍‌ରୁ ଗଞ୍ଜେଇ ସହ ଧରାହେଲେ ୨ କିନ୍ନର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial