ଆଜି ରାଜ୍ୟରେ ୨,୯୧୭ ଜଣ କରୋନା ସଂକ୍ରମିତ ଓ ୪୫ ସଂକ୍ରମିତଙ୍କ ମୃତ୍ୟୁ

୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୪୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୫୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୬ଜଣ, ବାଲେଶ୍ୱରରୁ ୨୩୭ଜଣ, ବରଗଡ଼ରୁ ୨୨ ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧରୁ ୧୯ଜଣ, କଟକରୁ ୪୨୨ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୭୭ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୨୧ ଜଣ, ଜଗତସିଂହପୁରରୁ ୧୧୯ ଜଣ, ଯାଜପୁରରୁ ୨୧୮ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୨୧ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୭୯ଜଣ, କେଉଁଝରରୁ ୭୫ଜଣ, ଖୋର୍ଦ୍ଧାରୁ ୫୪୯ ଜଣ, କୋରାପୁଟରୁ ୫୫ଜଣ, ମାଲକାନଗିରିରୁ ୫୯ଜଣ, ମୟୁରଭଞ୍ଜରୁ ୧୬୫ଜଣ, ନବରଙ୍ଗପୁରରୁ ୧୯ ଜଣ, ନୟାଗଡ଼ରୁ ୯୬ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୩୨ଜଣ, ରାୟଗଡ଼ାରୁ ୫୩ଜଣ, ସମ୍ୱଲପୁରରୁ ୨୨ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲରୁ ୧୦୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୧୯,୦୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮,୮୪,୨୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୦, ୫୫୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ରାଜ୍ୟରେ ପୁଣି ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୪୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଅଛନ୍ତି। ଏହାଛଡ଼ା ବରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ଢେଙ୍କାନାଳରୁ ୪, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ଏମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁବରଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୪୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୫୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏଯାବତ୍ ରାଜ୍ୟରେ ୯,୧୯,୦୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮,୮୪,୨୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୦, ୫୫୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

ଆରମ୍ଭ ହେଲା ‘ଭିକାରିମୁକ୍ତ ଭୁବନେଶ୍ବର’ ଅଭିଯାନ : ପ୍ରଥମ ଦିନରେ ୧୯ ଉଦ୍ଧାର

Sat Jul 3 , 2021
ଭୁବନେଶ୍ବର : ମନ୍ଦିର ହେଉ କି ମସ୍‌ଜିଦ୍‌, ଅଥବା ବସ୍‌ଷ୍ଟାଣ୍ଡ, ଟ୍ରାଫିକ୍‌ ଛକ। ସହରର ଗଳିକନ୍ଦିରେ ଦେଖାଦେଉଥିବା ଭିକାରିଙ୍କୁ ଥଇଥାନ କରାଯିବ। ସେମାନଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ହେବ ଏବଂ ଖାଇବାକୁ ଦିଆଯିବ। ସହରକୁ ଭିକାରିମୁକ୍ତ କରିବା ଲାଗି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି। ଆଜି ପ୍ରଥମ ଦିନରେ ବଡ଼ ସଫଳତା ମିଳିଛି। ୧୯ ଜଣ ଭିକାରିଙ୍କୁ ଉଦ୍ଧାର କରାଯାଇ ସହରରେ ଥିବା […]
‘ଭିକାରିମୁକ୍ତ ଭୁବନେଶ୍ବର’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial