ଇସ୍ତଫା ଦେଲେ ଗୁଣପୁର ଏଡିଜେ, ୯ଜଣଙ୍କୁ ଫାଶୀଦଣ୍ଡ ଦେଇ ଚର୍ଚ୍ଚାରେ ଥିଲେ

ଗୁଣପୁର : ଗୁଣିଗାରେଡି ସନ୍ଦେହରେ ୯ଜଣଙ୍କୁ ଫାଶୀଦଣ୍ଡ ଦେଇଥିବା ବିଚାରପତି ଡ. ଶୁଭେନ୍ଦୁ ପତି ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇସ୍ଥିତ ବର୍ହିଶୁଳ୍କ ଉତ୍ପାଦନ ସେବା ଟିକସ ଅପିଲ ଟି୍ରବ୍ୟୁନାଲ କୋର୍ଟରେ ବିଚାରପତି ଭାବେ ଯୋଗ ଦେଉଥିବାରୁ ସେ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି।
୨୦୧୭ ମେ ୫ ତାରିଖରେ ଡ. ପତି ଗୁଣପୁର ଏଡିଜେ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ବର୍ଷକର କାର୍ଯ୍ୟକାଳ ସମୟ ମଧ୍ୟରେ ଗୁଣପୁର ବ୍ଲକର କିତୁଂ ଟ୍ରିପଲ ମର୍ଡର ଘଟଣାରେ ଐତିହାସିକ ରାୟ ଦେଇଥିଲେ। ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ କିତୁଂ ଗାଁର ଗୋଟିଏ ପରିବାରର ୩ଜଣଙ୍କୁ ଗୁଣି ସନ୍ଦେହରେ ଅତି ନିର୍ମମ ଭାବେ ଗ୍ରାମବାସୀ ହତ୍ୟା କରିଥିଲେ। ମାମଲାର ବିଚାର ଡ.ପତିଙ୍କ କୋର୍ଟରେ ହୋଇଥିଲା। ସମସ୍ତ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ସେ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଇନର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖିି ଏହି ଘଟଣାକୁ ବିରଳତମ ବୋଲି ଆଖ୍ୟା ଦେଇଥିଲେ। ତେଣୁ ଭାରତୀୟ ବିଚାର ପ୍ରକ୍ରିୟାରେ ଥିବା ସର୍ବୋଚ୍ଚ ଦଣ୍ଡ ସ୍ୱରୂପ ୯ଜଣଙ୍କ ଫାଶୀଦଣ୍ଡ ଦେଇଥିଲେ। ଏହି ଫାଶୀ ଦଣ୍ଡଦେଶ ପରେ ବିଚାରପତି ଡ. ପତି ଚର୍ଚ୍ଚାର ପରିସରକୁ ଆସିଥିଲେ।
ଆଜି ଏଡିଜେ ପଦବିରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ୧୦ ତାରିଖ ଦିନ ସେ ମୁମ୍ବାଇସ୍ଥିତ ବର୍ହିଶୁଳ୍କ ଉତ୍ପାଦନ ସେବା ଟିକସ ଅପିଲ ଟି୍ରବ୍ୟୁନାଲ କୋର୍ଟରେ ବିଚାରପତି ଭାବେ ଯୋଗଦେବେ। ଏହି ପଦବି ନିମନ୍ତେ ଗତ ଅଗଷ୍ଟ ୨୭ରେ ସାକ୍ଷାତକାର ଦେଇଥିଲେ। ଦେଶର ମାତ୍ର ୬ଜଣ ନିଯୁକ୍ତି ପାଇଥିବା ବେଳେ ଡ. ପତି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।
କିନ୍ତୁ ଘଟଣାର ରାୟ ସମ୍ପର୍କରେ ବିଚାରପତି ଡ. ପତି କହିଛନ୍ତି ଯେ ଗତ ଏପ୍ରିଲ ମାସ ୧୩ତାରିଖ ଦିନର ରାୟ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବା ଅନ୍ଧ ବିଶ୍ୱାସ ବିରୋଧରେ ଥିଲା। ଉଚିତ ନ୍ୟାୟ ପାଇବାକୁ ହେଲେ ଅଭିଯୋଗକାରୀ ଓ ସାକ୍ଷୀଙ୍କୁ ସୁରକ୍ଷା ଦେବା ଜରୁରୀ

Share Now:

Kalinga News Beuro

Leave a Reply

Next Post

ବାବାଙ୍କୁ ଦଳି ଦେଲା ହାତୀ

Tue May 8 , 2018
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ବାବା ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବାବା ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial