ଜାପାନରେ ବଢ଼ୁଛି କରୋନା ସଂକ୍ରମଣ: ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

ଜାପାନରେ ବଢ଼ୁଛି କରୋନା ସଂକ୍ରମଣ

ଟୋକିଓ: ଜାପାନରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର। ଟୋକିଓ, ସୈତାମା, ଚିବା, କାନାଗାମା, ଓସାକା ଏବଂ ଓକିନାୱାରାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଟୋକିଓରେ ଅଲିମ୍ପିକ୍ସ ଚାଲିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ କ୍ରୀଡାବିତ୍ ଏକାଠି ହୋଇଛନ୍ତି। ପୂର୍ବରୁ ଟୋକିଓରେ ସଂକ୍ରମଣ କମ ଥିବା ବେଳେ ଏବେ ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ ସେଠାରେ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଟୋକିଓ ଏବଂ ଓକିନାୱାରାରେ ଦୁଇ ଦିନ ଭିତରେ ୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ଟୋକିଓ ଅଲିମ୍ପିକ୍ସରୁ ଆଉ ୨୧ ଜଣ ପଜିଟିଭ୍ ହୋଇଛନ୍ତି। ଅଲିମ୍ପିକ୍ସ ପାଇଁ ଜାପାନରେ କରୋନା ସଂକ୍ରମଣ ବଢୁଥିବା କୁହାଯାଉଛି। ସଂକ୍ରମଣ ବଢ଼ୁଥିବାରୁ ଅଲିମ୍ପିକ୍ସକୁ ବନ୍ଦ କରିବା ପାଇଁ ମଧ୍ୟ ଟୋକିଓବାସୀ ଦାବି କରିବା ଆରମ୍ଭ କଲେଣି।

Share Now:

Kalinga News Beuro

Next Post

ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ବ ନେଲା ଭାରତ

Sun Aug 1 , 2021
ନୂଆଦିଲ୍ଲୀ: ଆଜିଠାରୁ ଭାରତ ଜାତିସଂଘ ନିରାପତ୍ତା ପରିଷଦର ନେତୃତ୍ବ ନେବାକୁ ଯାଉଛି। ଆଗାମୀ ମାସକ ପର୍ଯ୍ୟନ୍ତ ଜାତିସଂଘ ସୁରକ୍ଷା ପରିଷଦର ସଭାପତି ଦାୟିତ୍ବ ଭାରତ ତୁଲାଇବ। ଏହି ସମୟ ମଧ୍ୟରେ ସୁରକ୍ଷା ପରିଷଦର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାରତ ନେବ। ଭାରତର ଅଧ୍ୟକ୍ଷତା ସମୟରେ ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ଶାନ୍ତି ଓ ସ୍ଥିରତା, ଆତଙ୍କବାଦ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିବା ଆଦି ଫୋକସ୍‌ରେ ରହିବ। ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟିଏସ୍‌ […]
ୟୁଏନଏସସିର ନେତୃତ୍ବ ନେଲା ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial