ମହାକାଶରେ ଇତିହାସ ସୃଷ୍ଟି କଲେ ଚୀନର ମହାକାଶଚାରୀ

ମହାକାଶରେ ଇତିହାସ ସୃଷ୍ଟି କଲେ ଚୀନର ମହାକାଶଚାରୀ

ବେଜିଂ : ଚୀନର ଦୁଇ ମହାକାଶଚାରୀ ମହାକାଶରେ ପଦଚାରଣା କରି ନିଜ ଦେଶ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେମାନେ ମହାକାଶରେ ନିର୍ମାଣାଧୀନ ଚୀନର ନୂଆ ସ୍ପେଶ ଷ୍ଟେସନରୁ ବାହାରି ସେମାନେ ଏହି ପଦଚାରଣା କରିଛନ୍ତି। ଚୀନର ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ଅନୁସାରେ ଏହି ଦୁଇ ମହାକାଶଚାରୀ ଲିଉ ବୋମିଙ୍ଗ ଓ ତାଙ୍ଗ ହୋଙ୍ଗବୋ ଚୀନ ମହାକାଶ କେନ୍ଦ୍ରରୁ ବାହାରକୁ ବାହାରି ଏକ ୫୦ ଫୁଟ ଲମ୍ବ ରୋବୋଟିକ ଆର୍ମ ସ୍ଥାପନ କରିଛନ୍ତି। ଏହି ରୋବୋଟିକ ଆର୍ମ ବ୍ୟବହାର କରି ଉକ୍ତ ମହାକାଶ କେନ୍ଦ୍ରର ଅବଶିଷ୍ଟ ଅଂଶକୁ ନିର୍ମାଣ କରାଯିବ। ତେବେ ଏହି ଦୁଇଜଣ ମହାକାଶରେ ପଚଦାରଣା କରୁଥିବାବେଳେ ୩ୟ ମହାକାଶଚାରୀ ନି ହେଇସେଙ୍ଗ୍ ମହାକାଶ କେନ୍ଦ୍ର ମଧ୍ୟରେ ଥିଲେ। ଏହି ମହାକାଶଚାରୀମାନେ ଗତ ଜୁନ ୧୭ରେ ଏକ ତିନିମାସିଆ ମିସନରେ ଏହି ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ଏହା ପୂର୍ବରୁ ଚୀନ ଗତ ମେ ମାସରେ ମଙ୍ଗଳରେ ଏକ ରୋବୋର୍ଟ ସ୍ଥାପନ କରିଥିଲା। ଚୀନରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟି ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଚୀନ ସରକାରଙ୍କ ପକ୍ଷରୁ ଚୀନକୁ ଏକ ମହାକାଶ ଶକ୍ତିରେ ପରିଣତ କରିବାକୁ ଏସବୁ ଐତିହାସିକ ମହାକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ବିଚିତ୍ର ସପ୍ତାହାନ୍ତ ସଟଡାଉନ୍: ନାଁ’କୁ ମାତ୍ର ପୁଲିସ ପଇଁତରା

Sun Jul 4 , 2021
ଚନ୍ଦ୍ରଶେଖରପୁର : କରୋନା କଟକଣା ପାଇଁ ଶନିବାର ଓ ରବିବାର ଦୁଇଦିନ ସପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ହୋଇଛି। କିନ୍ତୁ ଖୋଦ୍‌ ରାଜଧାନୀରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ସାଲିଆସାହି ବାଜପେୟୀନଗରରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଚାଲିଛି। ବଡ଼ କଥା ହେଉଛି, ଭିଡ଼ ଭିତରେ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପୁଲିସ ପିସିଆର୍‌ ହାଲୁକା ଭା‌ବେ ପଇଁତରା ମାରି ଫେରି ଯାଉଛି। ରାସ୍ତାଘାଟରେ ପୁଲିସ ଅମାନିଆ ନାଁରେ ଲୋକଙ୍କୁ ଜୁଲମ କରୁଥିବା ବେଳେ ଶହଶହ […]
ରାଜଧାନୀରେ ବିଚିତ୍ର ସପ୍ତାହାନ୍ତ ସଟଡାଉନ୍-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial