ବଳଙ୍ଗା ଥାନାରେ ବିସ୍ଫୋରଣ : ମାଟିରେ ମିଶିଲା ଛାତ

ବିସ୍ଫୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା

ପିପିଲି: ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ଥାନାର ଛାତ ଭୁଷୁଡି ପଡିବା ସହ କାନ୍ଥ ଭାଙ୍ଗି ମାଟିରେ ମିଶିଛି। ବିସ୍ଫୋରଣ ଫଳରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ଆଇଆଇସି ଅଫିସ ସମେତ ହାଜତ ମଧ୍ୟ ମାଟିରେ ମିଶିଛି। କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପୁରୀ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

କୋଟିଆରେ ଜାଣିଶୁଣି ବିବାଦ କରୁଛି ଆନ୍ଧ୍ର : ଓଡ଼ିଶା ଗାଁରେ ତେଲୁଗୁ ଫଳକ

Tue Sep 28 , 2021
କୋରାପୁଟ : ମାସକ ତଳେ ଓଡ଼ିଶାର ଗାଁରେ ତେଲୁଗୁ ଭାଷାରେ ଫଳକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଓଡ଼ିଶାର କଡ଼ା ଆଭିମୁଖ୍ୟ ଯୋଗୁ ଶେଷ ମୁହୂର୍ତ୍ତରେ ଫଳକ ବିବାଦରୁ ଦୂରେଇ ଯାଇଥିଲେ ଆନ୍ଧ୍ରର ସାଲୁର ବିଧାୟକ। କିଛିଦିନର ନିରବତା ପରେ ପୁଣି ଫଳକ ଲଗାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଯାହାର ଉଦାହରଣ ସୋମବାର ଦିନ ପଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ […]
ଓଡ଼ିଶା ଗାଁରେ ତେଲୁଗୁ ଫଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial