ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ-1

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇ ଭିଏତନାମରେ ଧ୍ବଂସଲୀଳା ରଚାଇଥିବା ବାତ୍ୟା ଡିଆମୁ ଏବେ ଦୁର୍ବଳ ହୋଇ ବଙ୍ଗୋପସାଗର ପ୍ରବେଶ କରିଛି ଓ ଏକ ଲଘୁଚାପରେ ପରିଣତ ହୋଇଛି। ଏହି ଲଘୁଚାପ ହିଁ ଓଡ଼ିଶା ମୁହାଁ ହୋଇଛି। ଗୁଲାବ ବାତ୍ୟା ପରି ଏକ ଶକ୍ତିଶାଳୀ ନହେଲେ ବି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ୍ କହିଛି। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାରେ ଧ୍ବଂସଲୀଳା ରଚାଇଥିବା ଗୁଲାବ ବାତ୍ୟା ଏବେ ଆରବ ସାଗରରେ ପ୍ରବେଶ କରି ଏକ ଲଘୁଚାପରେ ପରିଣତ ହୋଇଛି। ଫଳରେ ବର୍ତ୍ତମାନ ଦେଶର ଉଭୟ ପୂର୍ବ ଓ ପଶ୍ଚିମ ପଟେ ଦୁଇଟି ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ୫୬୫ ନୂଆ କରୋନା ଆକ୍ରାନ୍ତ : ୧୮ ବର୍ଷରୁ କମ ବର୍ଗରେ ୬୩

Wed Sep 29 , 2021
ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ। କ୍ବାରାଣ୍ଟାଇନରୁ ୩୨୮ ଜଣ ଚିହ୍ନଟ ହୋଇଥିବାବେଳେ ୨୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୫୬୫ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୮ ଜଣ, […]
ଓଡ଼ିଶାରେ ୫୬୫ ନୂଆ କରୋନା ଆକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial