ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ ମହୋତ୍ସବ ଅନୁଷ୍ଠିତ : ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ଭୁବନେଶ୍ବର : ପାରମ୍ପରିକ ଲୋକନୃତ୍ୟରେ ଚଳଚଞ୍ଚଳ ହୋଇଥିଲା ରବୀନ୍ଦ୍ର ମଣ୍ଡପ। ଅବସର ଥିଲା ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ ମହୋତ୍ସବ-୨୦୨୧। ବଲାଙ୍ଗୀରର ଶବର ସଉରା ମାନଙ୍କର ପାରମ୍ପରିକ ନୃତ୍ୟରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର କାର୍ଯ୍ୟକ୍ରମ। ଏହାକୁ ବଲାଙ୍ଗୀର ପୁଇଁତଳା ଗ୍ରାମର କୃଷ୍ଣପ୍ରିୟା କଳା ପରିଚୟର କଳାକାରମାନେ ପରିବେଷଣ କରିଥିଲେ। ପରେ କଳାହାଣ୍ଡି ଛୋରିଆଗଡ଼ର ଲୋକକଳା ଗ୍ରାମର ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ ‘ଘୁମୁରା ନୃତ୍ୟ’। ଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ‘ଗୋଟି ପୁଅ’ ନୃତ୍ୟକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ। ଏହାକୁ ପୁରୀ ଜିଲ୍ଲା ସାରଙ୍ଗଯୋଡ଼ି ଲୋକକଳା ଗ୍ରାମର ଗୋଟିପୁଅ କଳାକାରମାନେ ପରିବେଷଣ କରିଥିଲେ। ବାଲେଶ୍ବର ଗୁଡ଼ୁଦା ପାଟଣାର ଲୋକନୃତ୍ୟ କଳାକାରମାନେ ‘ଚଢ଼େୟା ନାଚ’ ଲୋକନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଏହି ଅବସରରେ ତ୍ରୈମାସିକ ପତ୍ରିକା ‘ଲୋକକଳା ବାର୍ତ୍ତା’ର ପ୍ରଥମ ସଂସ୍କରଣ ଲୋକାର୍ପିତ ହୋଇଥିଲା। ଉତ୍ସବରେ ଉଦ୍‌ଘାଟକ ଭାବେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବାସୁଦେବ ମାଲବିଶୋୟୀ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ କଳାକାର ସଂଘର ଉପସଭାପତି ଅବନୀ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

Share Now:

Kalinga News Beuro

Next Post

ଆର୍ଯ୍ୟନ ଡ୍ରଗ୍‌ସ୍‌ ଖାଆନ୍ତି, ମର୍ଚାଣ୍ଟ୍‌ଙ୍କ ଜୋତାରେ ୬ ଗ୍ରାମ୍‌ ଚରସ୍‌ ଥିଲା: ‘ଏନ୍‌ସିବି’ ପଞ୍ଚନାମା

Sat Oct 9 , 2021
ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାର ଅଭିଯୁକ୍ତ ଆର୍ଯ୍ୟନ ଖାନ୍‌ ‘ଚରସ୍‌’ ଖାଆନ୍ତି ଏବଂ ଜାହାଜରେ ଖାଇବା ଲାଗି ତାଙ୍କ ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ୍‌ ସେଥିରୁ ୬ ଗ୍ରାମ୍‌ ରଖିଥିଲେ ବୋଲି ସ୍ୱୀକାର କରିଥିବା ‘ଏନ୍‌ସିବି’ ପଞ୍ଚନାମାରେ ଉଲ୍ଲେଖ ଥିବା କଥା ରିପୋର୍ଟ କରାଯାଇଛି। ‘କର୍ଡେଲିଆ କ୍ରୁଜ୍‌’ରେ ଚଢ଼ାଉ ଓ ତଲାସ ବେଳେ ‘ଏନ୍‌ସିବି’ ଟିମ୍‌ ଏହି ପଞ୍ଚନାମା ବା ସାକ୍ଷୀମାନଙ୍କ ବୟାନ୍‌ ରେକର୍ଡ କରିଥିଲା। ଉକ୍ତ ପଞ୍ଚନାମା ଅନୁସାରେ, […]
ଜେଲରେ ରହିବେ ନିଶାଡୀ ଆରୟନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial